ସମ୍ପତ୍ତିରୁ ମିଳୁନି ଉତ୍ତରାଧିକାରୀ ସୁଯୋଗ

ଅନୁଗୋଳ ଅଫିସ, ୧।୧୧: ପୈତୃକ ସମ୍ପତ୍ତି ସତ୍ତ୍ୱେ ପୁତ୍ରକୁ ମିଳୁନି ଉତ୍ତରାଧିକାରୀ ପ୍ରମାଣପତ୍ର। ଏପରି କି ଦଖଲରେ ଥିଲେ ମଧ୍ୟ ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର ପାଇବା ସୁଯୋଗରୁ ବଞ୍ଚିତ ହେବାକୁ ପଡ଼ୁଛି। ଜମି ଖରିଦ କିମ୍ବା ବିକ୍ରି ହୋଇପାରୁ ନାହିଁ। ଦୀର୍ଘ ୪୦ ବର୍ଷ ତଳେ ପରୀକ୍ଷାମୂଳକ ଭାବେ ଲାଗୁ ହୋଇଥିବା ଚକବନ୍ଦୀ ଯୋଗୁ ଏପରି ସମସ୍ୟା ଭୋଗୁଛନ୍ତି ଅନୁଗୋଳ ଉପଖଣ୍ଡର ୯୨ଟି ରାଜସ୍ବ ଗ୍ରାମବାସୀ। ଚକବନ୍ଦୀ ଉଚ୍ଛେଦ ପାଇଁ ବାରମ୍ବାର ପ୍ରଶାସନ, ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ ବି ସେ ଦିଗରେ ପଦକ୍ଷେପ ଶୂନ।
୧୯୨୭ରେ ପ୍ରଥମ କରି ବନ୍ଦୋବସ୍ତ(ସେଟେଲମେଣ୍ଟ) ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୧୯୬୩-୬୪ରେ ଏହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଗଲା। ୧୯୭୨-୭୩ରେ ପୁନର୍ବାର ବନ୍ଦୋବସ୍ତ ଆରମ୍ଭ ହୋଇ ୧୯୮୧-୮୨ରୁ ଲାଗୁହେଲା। ସେହି ସମୟରେ ଅବିଭକ୍ତ ଢେଙ୍କାନାଳ ଜିଲାରେ ଥିବା ଅନୁଗୋଳ ଉପଖଣ୍ଡର ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦାର ୯୨ଟି ରାଜସ୍ବ ଗ୍ରାମର ଜମିକୁ ପରୀକ୍ଷାମୂଳକ ଭାବେ ଚକବନ୍ଦୀ ଉଦ୍ଦେଶ୍ୟରେ ବନ୍ଦୋବସ୍ତ କରାଯାଇଥିଲା। ଛୋଟ ଜମିର ମୂଲ୍ୟାଙ୍କନ କରାଯାଇ ସେଠାରେ ଥିବା ଅନ୍ୟ ଲୋକଙ୍କ ବଡ଼ ଜମିରେ ମିଶାଇ ଚକ କଟାଗଲା। ଚକ ଅନୁଯାୟୀ ପଟ୍ଟା ମଧ୍ୟ ପ୍ରଦାନ କରାଗଲା। ସରକାରୀ ନିୟମ ରହିଲା, ଯଦି କୌଣସି ଲୋକ ଜମି ବିକ୍ରି କରିବାକୁ ଚାହିଁବେ, ତେବେ ଚକକୁ ଲାଗିକରି ଥିବା ମାଲିକଙ୍କୁ ବିକ୍ରି କରିବେ, ତାହା ପୁଣି ଅନୁମତି ମିଳିବା ପରେ। ଆଉ ଚକବନ୍ଦୀ ଜମି ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ବଲପୁରରେ ଥିବା ଉତ୍ତରାଞ୍ଚଳ ରାଜସ୍ବ କମିଶନର ହିଁ ନେଇପାରିବେ। ସରକାରଙ୍କ ଏପରି ବ୍ୟବସ୍ଥା ଯୋଗୁ ଦୀର୍ଘ ୪୦ ବର୍ଷ ହେଲା ସମ୍ପୃକ୍ତ ୯୨ ଗ୍ରାମବାସୀ ଜମି ଉପରେ ସରକାରୀ ଭାବେ ନିଜ ଅଧିକାର ସାବ୍ୟସ୍ତ କରିପାରିପାରୁ ନାହାନ୍ତି। ବିଶେଷକରି ଦଖଲ ଦିଆଯାଇ ନ ଥିବାରୁ ସେମାନେ ପୂର୍ବ ସାବକ ମୁତାବକ ମାଲିକାନା ସାବ୍ୟସ୍ତ କରୁଥିଲେ ମଧ୍ୟ ସରକାରୀ ଭାବେ ଉତ୍ତାଧିକାରୀ ପ୍ରମାଣପତ୍ର, ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର ପାଇପାରୁ ନାହାନ୍ତି। ଜରୁରୀ ଆବଶ୍ୟକତା ବେଳେ ଜମି ବିକ୍ରି ହୋଇପାରୁ ନାହିଁ। ଏପରି କି ରାଜପଥ, ରେଳପଥ, ଖଣି, କାରଖାନା ପାଇଁ ପ୍ରକୃତ ଜମି ହରା କ୍ଷତିପୂରଣ ପାଇପାରୁ ନାହାନ୍ତି। ତେଣୁ ଚକବନ୍ଦୀ ଉଚ୍ଛେଦ କରାଯାଇ ପୂର୍ବ ଦଖଲ ବା ସାବକ ଅନୁଯାୟୀ ଜମି ପ୍ରଦାନ କରିବାକୁ ଚାଷୀ ସୁରକ୍ଷା କମିଟି ପକ୍ଷରୁ ବାରମ୍ବାର ଦାବି କରାଯାଇ ଆସୁଛି।

ସାବକ ଅନୁଯାୟୀ ପଟ୍ଟା ମିଳୁ
ଗ୍ରାମବାସୀଙ୍କ ନିକଟରେ ଜମିର ରେକର୍ଡ, ନକ୍ସା ରହିଛି। କିନ୍ତୁ ଦଖଲ ପ୍ରଦାନ କରାଯାଉନାହିଁ। ଏହା ହିଁ ବର୍ଷ ବର୍ଷ ଧରି ଜମି ମାଲିକମାନଙ୍କ ଅଡ଼ୁଆ ବଢ଼ାଇବାରେ ଲାଗିଛି। ପୁରୁଣା ଦଖଲ ଅନୁଯାୟୀ ଜମି ପଟ୍ଟା ପ୍ରଦାନ କରାଗଲେ ସମସ୍ୟାର ସମାଧାନ ହୋଇପାରିବ।
-ଭାସ୍କର ଦେହୁରୀ, ସଭାପତି, ଚକବନ୍ଦୀ ଉଚ୍ଛେଦ କମିଟି

ଜମି ବିକ୍ରି କରିପାରୁ ନାହୁଁ
ଉତ୍ତରାଧିକାରୀ ସୂତ୍ରରୁ ଜମି ଦଖଲରେ ଥିଲେ ମଧ୍ୟ ଚକବନ୍ଦୀ ଯୋଗୁ ପଟ୍ଟା ଅନ୍ୟଜଣଙ୍କ ନାମରେ ରହିଛି। ତେଣୁ ଆବଶ୍ୟକ ସମୟରେ ବିକ୍ରି କରିପାରୁ ନାହଁୁ। ଋଣ ପାଇଁ ବ୍ୟାଙ୍କକୁ ଗଲେ ନିଜ ଜମିର ପଟ୍ଟା ଦେଖାଇପାରୁ ନାହଁୁ। ଯଥାଶୀଘ୍ର ଚକବନ୍ଦୀ ଉଚ୍ଛେଦ କରାଯାଉ।
-ଗଣେଶ୍ୱର ସାହୁ, ଜମି ମାଲିକ

ଆମ ଜମି ଫେରାଇ ଦିଅ
ଚକବନ୍ଦୀ ଉଚ୍ଛେଦ କରି ଆମ ଜମି ଆମକୁ ଫେରାଇ ଦିଅ। ସରକାରଙ୍କ ନିକଟକୁ ବାରମ୍ବାର ଦୌଡ଼ି ନୟାନ୍ତ ହେଲୁଣି। ରାସ୍ତା, ଖଣି, ଶିଳ୍ପ ପାଇଁ ଜମି ଯାଉଥିଲେ ମଧ୍ୟ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଛୁ। ଲାଭ ଅନ୍ୟ ଜଣଙ୍କ ପାଖକୁ ଯାଉଛି। ତୁରନ୍ତ ସମାଧାନ କରାଯାଉ।
-କିଶୋର ଚନ୍ଦ୍ର ପ୍ରଧାନ, ଜମି ମାଲିକ

ସରକାରଙ୍କୁ ଅବଗତ କରାଯିବ
ସମସ୍ୟା ଦୀର୍ଘଦିନର। ଏହା ପଲିସି ଲେବୁଲ ନିଷ୍ପତ୍ତି ରହିଛି। ରାଜ୍ୟ ସରକାରଙ୍କୁ ମିଳିଥିବା ଦାବିପତ୍ର ପ୍ରଦାନ କରାଯିବ। ବାସ୍ତବରେ ଯାହା ସମସ୍ୟା ରହିଛି, ତାହା ମଧ୍ୟ ହାଇଲାଇଟ୍‌ କରାଯାଇ ସରକାରଙ୍କୁ ଅବଗତ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତରେ ଖେଳିଲେ ହୋଲି: ଗୋଟିଏ ଦିନରେ ଗଡ଼ିଲା ୬ ମୁଣ୍ଡ

ଭୁବନେଶ୍ୱର,୧୬।୩: ପବିତ୍ର ରଙ୍ଗର ପର୍ବ ହୋଲିରେ ରକ୍ତର ହୋଲି ଖେଳିଲେ ହତ୍ୟାକାରୀ । ରଙ୍ଗ ବଦଳରେ ବୋହିଲା ରକ୍ତ । ରାଜ୍ୟର ୫ ପ୍ରମୁଖ ସହରରେ...

ପାଣିଟାଙ୍କିରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ଯୁବକ

ସନ୍ତ୍ରୀ ଛକ,୧୫ା୩(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମରେ ବେକରେ ରଶି ଲଗାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଗ୍ରାମବାସୀଙ୍କ...

୫ବର୍ଷ ଶିଶୁ କନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ଜଣେ ଅଟକ

ଛେଣ୍ଡିପଦା,୧୫।୩(ଅଜିତ ଧଳ): ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ୫ବର୍ଷ ଶିଶୁ କନ୍ୟାଙ୍କ ମୃତଦେହ ପୋଲିସ...

ତେଜରାତି ଦୋକାନରେ ବିଦେଶୀ ମଦ ରଖି ବିକୁଥିଲେ, ଧରିଲା ପୋଲିସ

ବନ୍ତଳା,୧୫।୩ : ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ଢିପ ସାହିରେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି। ମିଳିଥିବା...

ଡିପୋରେ ଜଳିଗଲା ଲକ୍ଷାଧିକ ଟଙ୍କାର ଜାଳେଣି କାଠ

ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ହଣ୍ଡପା ଥାନା ଜାମୁନାଳୀଠାରେ ଥିବା ବନ ନିଗମ ଲିମିଟେଡ୍‌ର କାଠ ଡିପୋରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଜଙ୍ଗଲରୁ ନିଆଁ...

ବିପୁଳ ମଦ ସହ କାର୍‌ ଜବତ, ଢାବା ମାଲିକଙ୍କ ସମେତ ୨ ଗିରଫ

ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିବା ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍‌ ପକ୍ଷରୁ ଶୁକ୍ରବାର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଦେଇଥିବା ଢାବା...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ଅନୁଗୋଳ ଅଫିସ,୧୦ା୩(ମାନସ ବିଶ୍ୱାଳ): ଅନୁଗୋଳ ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ପୂର୍ବାହ୍ନରେ ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ...

ବରଯାତ୍ରୀଙ୍କ ରୋଷଣୀ ବାଣରେ ଜଳିଗଲା ୧୦ ବଖରା

ଅନୁଗୋଳ,୬।୩: ଅନୁଗୋଳ ଜିଲା ଆଠମଲ୍ଲିକ ଲୁହାପଙ୍କ ପଞ୍ଚାୟତ ତେନ୍ତୁଳିପଦର ଗାଁରେ ଗୁରୁବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀଙ୍କ ରୋଷଣୀ ବାଣରେ ୧୦ ବଖରା ଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image