ସ୍ବର୍ଗଦ୍ୱାରରେ ମୃତଦେହ ଦାହ କରିପାରିବେ ନାହିଁ ଅନ୍ୟ ଜିଲାବାସୀ

ପୁରୀ ଅଫିସ,୨୫ା୪: ପୁରୀ ସହର ଓ ଜିଲାରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ କଟକଣା ଜାରି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏହି କଟକଣା ୨୬ ତାରିଖରୁ ଲାଗୁ ହେବ। କଟକଣା ଅନୁଯାୟୀ, କେବଳ ପୁରୀ ଜିଲାବାସିନ୍ଦା ସ୍ବର୍ଗଦ୍ୱାରରେ ମୃତଦେହ ଦାହ କରିପାରିବେ। ତେବେ ସେମାନଙ୍କୁ କୋଭିଡ୍‌ ନେଗେଟିଭ ରିପୋର୍ଟ ଓ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଅନ୍ୟପକ୍ଷେ ବାହାର ଜିଲାର ଲୋକଙ୍କୁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଲାଗି ଅନୁମତି ଦିଆଯିବ ନାହିଁ। ସେହିପରି ଅସ୍ଥି ବିସର୍ଜନ, ଶ୍ରାଦ୍ଧ ଆଦି କାର୍ଯ୍ୟ କରାଯାଇପାରିବ ନାହିଁ। ଉପଜିଲାପାଳ ଭବତାରଣ ସାହୁ ରବିବାର ଏହି ସୂଚନା ଦେଇଛନ୍ତି।

Share