ଅବସରର ୩୦ବର୍ଷ ପରେ ବି ମିଳୁନି ପେନ୍‌ସନ

ସାଲେପୁର,୨୧।୧୧(ଡି.ଏନ୍‌.ଏ.): ଜଣେ ଶିକ୍ଷା କର୍ମଚାରୀ ଚାକିରିରୁ ଅବସର ନେବାର ୩୦ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସମ୍ପୃକ୍ତ କର୍ମଚାରୀଙ୍କୁ ଅବସରକାଳୀନ ବକେୟା ଅର୍ଥ, ପେନ୍‌ସନ୍‌ ମିଳିପାରି ନାହିଁ। ଏ ନେଇ ସମ୍ପୃକ୍ତ କର୍ମଚାରୀ ଜଣକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେବା ପରେ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ଘଟଣାର ବିଚାର କରି ଶିକ୍ଷାକର୍ମୀଙ୍କୁ ଅବସରକାଳୀନ ବକେୟା ଅର୍ଥ ଓ ପେନ୍‌ସନ୍‌ ପ୍ରଦାନ କରିବାକୁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗ କୋର୍ଟର ଆଦେଶକୁ ଅବମାନନା କରି ଅଦ୍ୟାବଧି ସମ୍ପୃକ୍ତ ଶିକ୍ଷାକର୍ମୀଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରି ନ ଥିବା ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ ଯେ, ସାଲେପୁର ବ୍ଲକ ଅନ୍ତର୍ଗତ ସପନପୁର ଗ୍ରାମର ରାଜାରାମ ସିଂହ କଟକ ଇମର୍ତ୍ତିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୯୦ରେ ଅବସର ଗ୍ରହଣ କରିଥିଲେ। ଅବସରକାଳୀନ ବକେୟା ଅର୍ଥ ଏବଂ ପେନ୍‌ସନ୍‌ ପାଇବା ପାଇଁ ସିଂହ ବାରମ୍ବାର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବାପରେ ୨୦୨୦ରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡବ୍ଲ୍ୟୁପିସି ୩୬୧୪୫/୨୦୨୦ର ବିଚାର କରି ୨୦୨୧ ଜାନୁୟାରୀ ୨୫ରେ ସିଂହଙ୍କୁ ୩ମାସ ମଧ୍ୟରେ ତାଙ୍କର ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୩ ମାସରୁ ଉର୍ଦ୍ଧ୍ୱ ସମୟ ବିତିଯିବା ପରେ ମଧ୍ୟ ଗଣଶିକ୍ଷା ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପୁନର୍ବାର ସେ କୋର୍ଟର ଦ୍ୱାରସ୍ଥ ହେବାରୁ ସଂପୃକ୍ତ କର୍ମଚାରୀଙ୍କୁ ୧ମାସ ମଧ୍ୟରେ ତାଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ତେଣୁ କୋର୍ଟ ଆଦେଶକୁ ଗଣଶିକ୍ଷା ବିଭାଗ ଅବମାନନା କରିଥିବା ନେଇ ସିଂହ ପୁନଶ୍ଚ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି। ଅପରପକ୍ଷରେ ଅର୍ଥ ଅଭାବରୁ ଠିକ୍‌ ଭାବେ ଚିକିତ୍ସା ହୋଇ ନ ପାରି ତାଙ୍କ ସ୍ତ୍ରୀ ଏବଂ ପୁଅ ୨୦୨୧ ଜୁନ୍‌ ମାସରେ ମୃତ୍ୟୁବରଣ କରିଛନ୍ତି। ସଂପୃକ୍ତ କର୍ମଚାରୀ ଏବେ ବାର୍ଦ୍ଧକ୍ୟ ଅବସ୍ଥାରେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ତାଙ୍କର ଅବସରକାଳୀନ ବକେୟା ଅର୍ଥ ଓ ପେନ୍‌ସନ୍‌ ତୁରନ୍ତ ପ୍ରଦାନ କରିବାକୁ ସିଂହ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳାର ମହାକୁମ୍ଭ ନୃତ୍ୟ ସଙ୍ଗମରେ ଭାଗ ନେବେ ୬ଶହ କଳାକାର

ଭବାନୀପାଟଣା,୨୯।୧୧(ଉତ୍ତମ କୁମାର ଦାଶ): ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଶୁକ୍ରବାରଠାରୁ ଲୋକକଳାର ମହାକୁମ୍ଭ ନୃତ୍ୟ ସଙ୍ଗମ ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା...

ଥମୁନି ଦାଦନ ଦୁଃଖ: ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ

ଗୋପାଳପୁର,୨୮।୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅଧୀନ ପାନାପଲ୍ଲୀ ଗ୍ରାମର ଜଣେ ଯୁବକ ଦାଦାନ ଖଟିବାକୁ ଯାଇ ଶବ ହୋଇ ଘରକୁ ଫେରିଛନ୍ତି।...

ସଙ୍ଗଠନରେ ବଢୁଛି ଉତ୍ପୀଡନ: ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ

ଫୁଲବାଣୀ,୨୮ା୧୧(ରାକେଶ କୁମାର ରାଉତ): ସୁରକ୍ଷା ବାହିନୀର ଲଗାତାର ଚଢାଉ କନ୍ଧମାଳ ଜିଲାରେ ମାଓବାଦୀଙ୍କ କାର୍ଯ୍ୟକ୍ରମରେ ରୋକ ଲଗାଇଛି। ଗୁରୁବାର ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୋଲିସ...

ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା: ଭୁବନେଶ୍ୱର କିସ୍‌ ଚାମ୍ପିୟନ

ଦିଗପହଣ୍ଡି/ପାଟପୁର,୨୮।୧୧(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପାଟପୁର ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ମିନି ଷ୍ଟାଡିୟମରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ...

ଓଡ଼ିଶାର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର କରିବାକୁ ସୁପାରିଶ କଲେ ହାଇକୋର୍ଟ

କଟକ,୨୮।୧୧: ରାଜ୍ୟର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର ପ୍ରତିଷ୍ଠା କରିବାକୁ ଓଡ଼ିଶାର କାରାଗାର ମହାନିର୍ଦ୍ଦେଶକ (ଡିଜି)ଙ୍କୁ ସୁପାରିଶ କରିଛନ୍ତି ହାଇକୋର୍ଟ। ଭାରତର ଅନ୍ୟ ରାଜ୍ୟମାନଙ୍କରେ ଏହି...

ଡିସେମ୍ବର ୧ରେ କଂସ ଚୟନ

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୫ ଜାନୁୟାରୀ ୩ତାରିଖରୁ ଆରମ୍ଭ ହେବ। ଏଥର କଂସ ଅଭିନେତା ଚୟନ ହେବାକୁ ଯାଉଥିବାରୁ ଏହି ମହୋତ୍ସବରେ କାହା...

ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୮।୧୧: ନଭେମ୍ବର ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ମହାନିର୍ଦ୍ଦେଶକ ପୋଲିସ(ଡିଜିପି) ଏବଂ ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ସମ୍ମିଳନୀ ଅନୁଷ୍ଠିତ...

ଡିଜିଟାଲ ଆରେଷ୍ଟ କରି କୋଟିଏ ଟଙ୍କା ଠକେଇ ମାମଲା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

କଟକ,୨୮।୧୧: ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୋଲିସ କର୍ମଚାରୀର ପରିଚୟ ଦେଇ ଗିରଫ କରିବାର ଧମକ ଦେବା ସହ ଜଣେ ବ୍ୟକ୍ତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri