Categories: ଜାତୀୟ

ଆୟୁର୍ବେଦିକ ଚିକିତ୍ସାର ବିଜ୍ଞାପନ ଲାଗି କୌଣସି ଅନୁମତି ଲୋଡ଼ା ନାହିଁ…

ଥିରୁଭାନନ୍ତପୁରମ୍‌,୧୫।୧୧: କୌଣସି ସଂସ୍ଥା ପକ୍ଷରୁ ସେଠାରେ ଉପଲବ୍ଧ ଆୟୁର୍ବେଦିକ ଚିକିତ୍ସା ତଥା ସୁବିଧା ସୁଯୋଗ ସମ୍ପର୍କରେ ସର୍ବସାଧାରଣଙ୍କ ସୂଚନା ଲାଗି ବିଜ୍ଞାପନ ପାଇଁ ଅନୁମତି ଲୋଡ଼ା ନାହିଁ। ସମ୍ପୃକ୍ତ ସଂସ୍ଥା କୌଣସି ଔଷଧ ସମ୍ପର୍କରେ ବିଜ୍ଞାପନ କରୁ ନାହାନ୍ତି ବରଂ ଚିକିତ୍ସା ସୁବିଧା ବିଷୟରେ ସୂଚନା ପ୍ରଦାନ କରୁଛନ୍ତି ବୋଲି କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।

ବିଚାରପତି ପି.ବି.କୁହ୍ନିକୃଷ୍ଣନ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି। ରାଜ୍ୟରେ ଏଭଳି ବିଜ୍ଞାପନର ତଦାରଖ ଲାଗି ଅଧିକୃତ ଅଧିକାରୀଙ୍କୁ ଏକ ସର୍କୁଲାର ଜାରି କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ୍‌ ଏବଂ କସମେଟିକ୍ସ୍‌ ଅଧିନିୟମର ଯେପରି ଉଲ୍ଲଂଘନ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଖଣ୍ଡପୀଠ କହିଛନ୍ତି। ଉଲ୍ଲଂଘନର କୌଣସି ମାମଲାର ଆସିଲେ କୋର୍ଟ ଏହାକୁ ଗୁରୁତର ଭାବେ ବିଚାର କରିବେ ବୋଲି ସେ କହିଛନ୍ତି।

ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିକିତ୍ସାରୁ ରୋକିବା ପାଇଁ ଏକ ଆଇନ ପ୍ରସ୍ତୁତ କରାଯାଉ। ଯଦି ରାଜ୍ୟ ସରକାରଙ୍କ ପାଖରେ ଏନେଇ କୌଣସି ବ୍ୟବସ୍ଥା ନାହି ତେବେ କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ କୋର୍ଟ କହିଛନ୍ତି।

Share