Posted inଜାତୀୟ

ଦୁନିଆରେ ଆତଙ୍କବାଦଙ୍କ ପାଇଁ କୌଣସି ସ୍ଥାନ ନାହିଁ: ହେଜ୍‌ବୋଲ୍ଲା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି। ନେତାନ୍ୟାହୁଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବାର୍ତ୍ତାଳାପ ଏପରି ଏକ ସମୟରେ ହୋଇଛି, ଯେତେବେଳେ ଲେବାନନରେ ହେଜ୍‌ବୋଲ୍ଲା ଏବଂ ୟେମନରେ ହୁତି ବିଦ୍ରୋହୀମାନଙ୍କ ଉପରେ ଇସ୍ରାଏଲ ଅତ୍ୟଧିକ ଆକ୍ରମଣ କରୁଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ନେତାନ୍ୟାହୁଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ବିଷୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହୋଇଛି। ଆମ ଦୁନିଆରେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ । ଆଞ୍ଚଳିକ ତିକ୍ତତାକୁ ରୋକିବା ଏବଂ ସମସ୍ତ ବନ୍ଧକଙ୍କର ନିରାପଦ ମୁକ୍ତି ନିଶ୍ଚିତ କରିବା ଜରୁରୀ ଅଟେ। ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ପାଇଁ ଉଦ୍ୟମକୁ ସମର୍ଥନ କରିବାକୁ ଭାରତ ପ୍ରତିବଦ୍ଧ।

ଇସ୍ରାଏଲ ଲେବାନନରେ ହେଜ୍‌ବୋଲ୍ଲା ଟାର୍ଗେଟ ଉପରେ ଆକ୍ରମଣକୁ ତୀବ୍ର କରିଛି। କିଛି ଦିନ ପୂର୍ବରୁ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହେଜ୍‌ବୋଲ୍ଲା ମୁଖ୍ୟ ନାସରାଲ୍ଲାଙ୍କ ସମେତ ଅନେକ କମାଣ୍ଡରଙ୍କୁ ହତ୍ୟା କରିଛି। ସେବେଠାରୁ ଇସ୍ରାଏଲକୁ ହେଜ୍‌ବୋଲ୍ଲା ଏବଂ ଇରାନ ମଧ୍ୟ ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ବିଶାଳ ଜନସଭାକୁ ସମ୍ବୋଧନ କରି ଦେଲେ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ

ଜଗନ୍ନାଥପୁର/ଭୁବନେଶ୍ୱର,୩୦।୯: ଆଗକୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭାଜପାର ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ୨...

ମହିଳା ଡାକ୍ତରଙ୍କୁ ବଳାତ୍କାର ଘଟଣାରେ ମମତା ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୯:ପଶ୍ଚିମବଙ୍ଗର ସରକାରୀ ମେଡିକାଲ କଲେଜଗୁଡ଼ିକରେ ସିସିଟିଭି ଲଗାଇବା, ପାଇଖାନା ଓ ଅଲଗା ରେଷ୍ଟିଂ ରୁମ୍‌ ନିର୍ମାଣରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ପ୍ରକାଶ କରିଛନ୍ତି।...

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବଢିଲା ଅଡ଼ୁଆ: ମାମଲା ରୁଜୁ କଲା ଇଡି

ବେଙ୍ଗାଲୁରୁ,୩୦।୯: ମହୀଶୁର ନଗର ଉନ୍ନୟନ ପ୍ରାଧିକରଣ(ଏମ୍‌ୟୁଡିଏ) ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସମସ୍ୟା ବୃଦ୍ଧି ପାଇଛି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଲୋକାୟୁକ୍ତଙ୍କ ଏଫଆଇଆର ବିଷୟରେ ତଦାରଖ...

ସ୍ତ୍ରୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ଫାଇନାନ୍ସ କମ୍ପାନୀର ଏରିଆ ମ୍ୟାନେଜର

ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶର ଝାନ୍‌ସୀରେ ବଜାଜ ଫାଇନାନ୍ସର ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣେ ୪୨ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଦୁଇମାସ ହେଲା ଟାର୍ଗେଟ...

ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖ: ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୯: ତିରୁପତି ଲଡୁ ବିବାଦ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ୍‌ ବୋଲି ସୁପ୍ରମିକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ...

ଚାଇନାର ନୂଆ ଚାଲ୍‌: ଭାରତର ବଢିଲା ଟେନ୍‌ସନ

ନୂଆଦିଲ୍ଲୀ,୩୦।୯: ଭାରତ ସୀମା ନିକଟରେ କ୍ଷେପଣାସ୍ତ୍ର ମାଡ଼ ରୋକିବାକୁ ଚାଇନା ଏକ ପରୀକ୍ଷା କରିଛି। ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) କରାକୋରମ ମାଳଭୂମି ନିକଟରେ ଏହି...

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା: ଗାଈକୁ ମିଳିଳା ‘ରାଜମାତା’ ସମ୍ମାନ

ପୁଣେ,୩୦।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି। ମହାୟୁତି ସରକାର...

ଟ୍ରେନରେ ଥାଇ ଜୋମାଟୋରେ ଅର୍ଡର କରିପାରିବେ ଖାଦ୍ୟ, ଏବେ ପ୍ରତି ଷ୍ଟେଶନରେ…

ନୂଆଦିଲ୍ଲୀ,୩୦।୯: ଯେତେବେଳେ ଆମେ କୌଣସି ଲମ୍ବା କିମ୍ବା କମ୍‌ ସମୟ ପାଇଁ ଟ୍ରେନରେ ଯାତ୍ରା କରୁ ସେତେବେଳ ଖାଇବା ନେଇ ଟେନଶନ ଥାଆନ୍ତି। କେତେବଳେ ଟ୍ରେନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri