Categories: ଜାତୀୟ

ଦିଲ୍ଲୀରେ ହେବନି ଲକ୍‌ଡାଉନ

ନୂଆଦିଲ୍ଲୀ, ୨।୪: ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ। ବୈଠକରେ ସେ ଦିଲ୍ଲୀରେ ବର୍ତ୍ତମାନ ଲକଡାଉନ ଲଗାଇବା ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କହିଥିଲେ। ଦେଶରେ କରୋନାର ଦ୍ୱିତୀୟ ଲହରର କାୟା ମେଲୁଛି। ବର୍ତ୍ତମାନ ଏହା ଚିନ୍ତାର ବିଷୟ। ଏନେଇ ଭୟଭିତ ହେବାର ଆବଶ୍ୟକତା ନାହିଁ। ସରକାର କରୋନା ମୁକାବିଲା ପାଇଁ ସଜାଗ ଅଛନ୍ତି। ବର୍ତ୍ତମାନ ରାଜଧାନୀରେ ପାଖାପାଖି ୫୦ ପ୍ରତିଶତ ରୋଗୀ ହସ୍ପିଟାଲ ଯାଉଛନ୍ତି। ଲୋକେ ହୋମ୍‌ ଆଇସୋଲେସନ ରହି ଚିକିତ୍ସିତ ହେଉଛନ୍ତି। ତେଣୁ ସରକାର ଦିଲ୍ଲୀରେ କୌଣସି ପ୍ରକାରର ଲକ୍‌ଡାଉନ ଲଗାଇବା ଉପରେ ବିଚାର କରିନାହାନ୍ତି। ଭବିଷ୍ୟତରେ ଏହା ଉପରେ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

Share