Categories: ଜାତୀୟ

ୟୁପି କ୍ୟାବିନେଟରେ ହେବନାହିଁ ପରିବର୍ତ୍ତନ

ନୂଆଦିଲ୍ଲୀ,୬।୬: ଉତ୍ତରପ୍ରଦେଶ ଭାଜପା ପ୍ରଭାରୀ ରାଧାମୋହନ ସିଂ ରବିବାର ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲଙ୍କୁ ଭେଟିବା ପରେ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଅଦଳବଦଳ ହେବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ମନ୍ତ୍ରିମଣ୍ଡଳର କେତେକ ପଦବୀ ଉପଯୁକ୍ତ ସମୟରେ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇପାରନ୍ତି ବୋଲି ରାଧାମୋହନ କହିଛନ୍ତି। ମନ୍ତ୍ରିମଣ୍ଡଳରେ କେତେକ ଆସନ ଖାଲି ପଡ଼ିଥିଲେ ମଧ୍ୟ ତାହା ବିଶେଷ ବଡ଼ ଆସନ ନୁହେଁ ବୋଲି ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଧାମୋହନ କହିଛନ୍ତି। ରାଜ୍ୟପାଳଙ୍କ ସହ ତାଙ୍କର ସାକ୍ଷାତ ବ୍ୟକ୍ତିଗତ ବୋଲି ଭାଜପା ପ୍ରଭାରୀ ସୂଚନା ଦେଇଛନ୍ତି।

Share