ନୂଆବର୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍‌, ପଲିଥିନ ମନା

ପୁରୀ, ୧୬ା୧୨(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରକୁ ପଲିଥିନ ଓ ପ୍ଲାଷ୍ଟିକମୁକ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଶୁକ୍ରବାର ଏକ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟ ପ୍ରଶାସକ ଦାସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, ନୂଆବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ଏକ ଡ୍ରାଇଭ ଆରମ୍ଭ କରାଯାଇଛି। ଏ ନେଇ ସମସ୍ତ ନିଯୋଗ ଏବଂ ତୀର୍ଥଯାତ୍ରୀଙ୍କୁ ପଲିଥିନ ବ୍ୟାଗରେ ଭୋଗ ଓ ଫୁଲ ନ ଆଣିବାକୁ କିମ୍ବା ନ ନେବାକୁ ଅନୁରୋଧ କରାଯାଉଛି। ବିକଳ୍ପ ସାମଗ୍ରୀ ଭାବେ କାଠ, ବାଉଁଶ, ପତ୍ର, ବାଡ଼ି କିମ୍ବା ଅନ୍ୟାନ୍ୟ ଶାକାହାରୀ ସାମଗ୍ରୀରେ ନିର୍ମିତ କାଗଜ, ସୂତାବ୍ୟାଗ କିମ୍ବା ଚାଙ୍ଗୁଡ଼ି ବ୍ୟବହାର କରିପାରିବେ। ତୀର୍ଥଯାତ୍ରୀ ଏବଂ ସେବାୟତଙ୍କ ମଧ୍ୟରେ ଏହି ସଚେତନତା ବିସ୍ତାର କରିବାରେ ସମସ୍ତେ ସହଯୋଗ କରିବା। ଶ୍ରୀମନ୍ଦିର ଓ ପୁରୀ ସହରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦାସ ଆହ୍ବାନ ଦେଇଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଡିସେମ୍ବର ୩୧ ତାରିଖଠାରୁ ଚାରୋଟି ଦ୍ୱାରରେ ପଲିଥିନ୍‌ ଓ ପ୍ଲାଷ୍ଟିକ ବାରଣ କରାଯିବ। ବିକଳ୍ପ ବ୍ୟବସ୍ଥା ପାଇଁ ବିଭିନ୍ନ ଏସ୍‌ଏସ୍‌ଜି ଗ୍ରୁପ୍‌ ଓ କୁମ୍ଭକାରମାନଙ୍କୁ ପାରିଶ୍ରମିକ ଦେଇ ମାଟିପାତ୍ର, ଭୋଗେଇ ଆଦି ନିର୍ମାଣ କରିବା ନେଇ ଆଲୋଚନା ହୋଇଥିଲା। ଏକ ଅନୁଷ୍ଠାନ ଆସି ଝୋଟରେ ନିର୍ମିତ ଏକ ସାମଗ୍ରୀ ଦେବା ସମ୍ପର୍କରେ ଆଲୋଚନା କରିଛି। ଟିକେ ଦର ଅଧିକ ରହୁଛି। ତେଣୁ କିପରି ସବ୍‌ସିଡିରେ ମିଳିବ ସେ ନେଇ ପରିଚାଳନା କମିଟିରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ସେହିପରି ପୁରୀବାସୀ ମହାପ୍ରସାଦ ନେବାପାଇଁ ନିଜଘରୁ ଟିଫିନ୍‌ ଆଣିବା ସହ ବହିରାଗତ ଭକ୍ତମାନେ ମାଟିପାତ୍ରରେ ମହାପ୍ରସାଦ ନେବାକୁ ମହାପାତ୍ର କହିଛନ୍ତି। ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇଥିଲା। ଶ୍ରୀମନ୍ଦିରରେ କର୍ତ୍ତବ୍ୟରତ ଜେଟିପିମାନେ ପଲିଥିନ ଓ ପ୍ଲାଷ୍ଟିକ ଯାଞ୍ଚ କରି ଜବତ କରିବେ ଓ ପାୈରସଂସ୍ଥାକୁ ଦାୟିତ୍ୱ ଦେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ...

ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ...

ଶିଶୁବାଟିକାରେ ନାମଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର

ଦେବଗଡ଼,୨୧।୩(ଶଶାଙ୍କ ଶେଖର ଝାଙ୍କର): ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଜିଲାର ସରକାରୀ ବିଦ୍ୟାଳୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନଙ୍କ ଶିଶୁବାଟିକା ଓ ୬ ବର୍ଷରୁ ଊଦ୍ଧ୍ୱର୍ର୍...

ଓଲଟିଲା ବରଯାତ୍ରୀ ଗାଡ଼ି: ଜଣଙ୍କ ଜୀବନ ଗଲା, ୬ ଆହତ

ଭବାନୀପାଟଣା,୨୧ା୩: କଳାହାଣ୍ଡି ଜିଲା ଧର୍ମଗଡ଼ରେ ଶୁକ୍ରବାର ଏକ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ...

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ...

ଆଜିଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୨୧ା୩(ସୁଚିସ୍ମିତା ସାହୁ): ଗ୍ରୀଷ୍ମ ପ୍ରବାହଜନିତ ସାମ୍ପ୍ରଦିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି। ଏପ୍ରିଲ ୨ରୁ ସକାଳୁଆ ସ୍କୁଲ...

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image