Posted inUncategorized

ରାଜ୍ୟପାଳଙ୍କ ସହ ଭେଟଘାଟ ସମୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ: ଭେଙ୍କୟା

ଭୁବନେଶ୍ୱର, ୫।୧୦(ସୁନିତ୍‌ ମିଶ୍ର):ନିକଟରେ ଓଡ଼ିଶା ରାଜଭବନରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପହଞ୍ଚି ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜଭବନ ଯାଇ ସେମାନଙ୍କୁ ସାକ୍ଷାତ କରିଥିଲେ। ଏହି ଭେଟଘାଟକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଛି। ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍‌ ରୁମ୍‌ ପାଲଟିଥିବା ବିଜେଡି ଅଭିଯୋଗ କରିବା ପରେ ଶୁକ୍ରବାର ପୂର୍ବତନ ଉପରାଷ୍ଟ୍ରପତିଙ୍କ ଅଫିସ୍‌ ପକ୍ଷରୁ ବିବୃତି ଜାରି କରାଯାଇଛି। ଭେଙ୍କୟାଙ୍କ ଅଫିସ୍‌ ପକ୍ଷରୁ କୁହାଯାଇଛି, ଓଡ଼ିଶା ରାଜ୍ୟପାଳଙ୍କ ସହ ଏହି ଭେଟଘାଟ ସମୟରେ କୌଣସି ରାଜନୈତିକ ବିଷୟରେ ଆଲୋଚନା ହୋଇନାହିଁ। ଅନ୍ୟପକ୍ଷରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ କହିଛନ୍ତି, ରାଜଭବନକୁ ରାଜନୀତି ଭିତକୁ ଟଣା ନ ଯାଉ। ସାରା ଓଡ଼ିଶା ରାଜନୀତି କରିବା ପାଇଁ ପଡ଼ିଛି ହେଲେ ରାଜଭବନକୁ ଏଥିରେ ସାମିଲ କରା ନ ଯାଉ ବୋଲି ସେ କହିଛନ୍ତି। ସୂଚନାଥାଉ କି ଓଡ଼ିଶା ରାଜ୍ୟପାଳ ତଥା ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସକ୍ରିୟ ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁ ବାଥରୁମରେ ଲୁଚାଇଥିଲେ ରେକର୍ଡ଼ିଂ ଡିଭାଇସ୍: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୪ା୧୦: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦାବି କରିଛନ୍ତି ଯେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବ୍ୟବହାର କରିବା ପରେ ତାଙ୍କ ବ୍ୟକ୍ତିଗତ ବାଥରୁମରେ...

ବଡ଼ ଧରଣ ବିସ୍ଫୋରଣ: ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ଶ୍ରମିକ ଗୁରୁତର

ଭୁବନେଶ୍ୱର,୨୭।୯: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁ ୫ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଦୌଡ଼ି ଯାଇ କୋହଲିଙ୍କ ପାଦ ଛୁଇଁଲେ ଗ୍ରାଉଣ୍ଡ୍‌ସମ୍ୟାନ୍‌: ଆଉ ତା’ପରେ…

ନୂଆଦିଲ୍ଲୀ,୨୮।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ କାନପୁରରେ ଖେଳାଯାଉଛି। ପ୍ରଥମ ଦିନରେ ଖରାପ ପାଗ ହେତୁ କେବଳ ୩୫ ଓଭର ଖେଳାଯାଇଥିଲା। ପ୍ରଥମ...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri