ଭାରତ-ପାକିସ୍ତାନ ବିବାଦ ସମାଧାନର କୌଣସି ସମ୍ଭାବନା ନାହିଁ

ଇସଲାମା ବାଦ,୨୫ା୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ ନେଇ କୌଣସି ସମ୍ଭାବନା ନାହିଁ। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନାରେ ଆଗାମୀ କମାଣ୍ଡ ପରିବର୍ତ୍ତନ ଏବଂ ଦୁଇ ପଡ଼ୋଶୀ ଦେଶରେ ସାଧାରଣ ନିର୍ବାଚନ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ବାଭାବିକ କରିବାରେ କୌଣସି ଅଗ୍ରଗତି କରିନାହିଁ। କିଛି ବର୍ଷ ମଧ୍ୟରେ ବି ସମାଧାନ ହେବାର ଦେଖାଯାଉନାହିଁ।

ଅନ୍ତଃରାଷ୍ଟ୍ରୀୟ ଏକ କାର୍ଯ୍ୟକ୍ରମରେ ଏପରି କଥା ସାମ୍ନାକୁ ଆସିଛି। ବର୍ତ୍ତମାନ ତଥା ପୂର୍ବତନ ବରିଷ୍ଠ ପାକିସ୍ତାନୀ ତଥା ଭାରତୀୟ କୂଟନୀତିଜ୍ଞ, ସୁରକ୍ଷା ଅଧିକାରୀ, ଦୁଇ ଦେଶର ଗୁପ୍ତଚର ଏଜେନ୍ସିର ଅଧିକାରୀ ତଥା ରାଜନେତାଙ୍କ ମଧ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି କାର୍ଯ୍ୟକ୍ରମରେ ଜଣେ ପାକିସ୍ତାନୀ ଅଂଶଗ୍ରହଣକାରୀ କହିଛନ୍ତି, ଏଥିରେ ସ୍ବାଭାବିକ ହେବା ପାଇଁ ଭାରତୀୟମାନେ ଗମ୍ଭୀର ନୁହନ୍ତି। ଏଥିରେ ପ୍ରବେଶ ନ କରିବା ପାଇଁ ଆତଙ୍କବାଦ ଚାର୍ଜକୁ ଏକ ଆବରଣ ଭାବରେ ବ୍ୟବହାର କରାଯାଇଛି। ସେ ମନେ ପକାଇ ଦେଇଛନ୍ତି ଯେ, ପାକିସ୍ତାନ ନିକଟରେ ଭାରତକୁ ଗୁପ୍ତଚର ଯୋଗାଇ ଦେଇଛି। ଯାହା ଦ୍ୱାରା ଅହମ୍ମଦାବାଦରେ ଆତଙ୍କବାଦୀ ଗିରଫ ହୋଇଥିଲେ ମଧ୍ୟ ଦିଲ୍ଲୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରୁନାହିଁ।

ଗତ ସପ୍ତାହରେ ଅନୁଷ୍ଠିତ ଏହି ବୈଠକରେ ଭାରତ-ପାକିସ୍ଥାନ ସମ୍ପର୍କକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପାରସ୍ପରିକ ଅବିଶ୍ୱାସ ଏବଂ ବିରୋଧରେ ଏହି ବୈଠକ ପରିପୂର୍ଣ୍ଣ ହୋଇଥିଲା। କଶ୍ମୀର, ଆତଙ୍କବାଦ ଏବଂ ବାଣିଜ୍ୟ ଭଳି ସାଧାରଣ ପ୍ରସଙ୍ଗ ବ୍ୟତୀତ ଚାଇନା ଏବଂ ଆଫଗାନିସ୍ତାନ ସହ ଜଡ଼ିତ ବିକାଶ ଉପରେ ଉଭୟ ପକ୍ଷ ମତ ବିନିମୟ କରିଛନ୍ତି। କାରଣ ଏହା ଆଞ୍ଚଳିକ ଗଣନାକୁ ପରିବର୍ତ୍ତନ କରିପାରେ।

Share