Categories: ଜାତୀୟ

ପୁଣି ବଦଳି ପାରନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ

ହାଭେରି, ୧୯।୧୨: ପୁଣି କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରବିବାର ନିଜ ନିର୍ବାଚନ ମଣ୍ଡଳୀ ଶିଗାଓଁରେ ଦେଇଥିବା ଭାଷଣରୁ ଏଭଳି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ବିଶ୍ୱରେ ପଦବୀ ଓ ପ୍ରତିଷ୍ଠା କିଛି ସ୍ଥାୟୀ ନୁହେଁ। ଏପରିକି ଜୀବନ ମଧ୍ୟ ସବୁଦିନ ରହିବ ନାହିଁ ବୋଲି ବୋମାଇ କହିଥିଲେ। ଏଭଳି ସ୍ଥିତିରେ ଆମେ କେତେଦିନ ଏଠାରେ ରହିବା ତାହା ଜଣାନାହିଁ। ପ୍ରତି ମୁହୂର୍ତ୍ତରେ ସେ ଏଥିପ୍ରତି ସଚେତନ ଥିବା କହିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ କୃତଜ୍ଞତା ଜଣାଇବା ସହ ସେ ସେମାନଙ୍କ ନିକଟରେ ସବୁବେଳେ ବାସବରାଜ ଭାବେ ପରିଚିତ, ମୁଖ୍ୟମନ୍ତ୍ରୀ ନୁହନ୍ତି ବୋଲି କହିଥିଲେ। ଉନ୍ନବିଂଶ ଶତାବ୍ଦୀରେ କିଟ୍ଟୁରର ରାଣୀ ଚେନ୍ନାମ୍ମାଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିବା ଅବସରରେ ବୋମାଇ ଏକ ଜନସଭାକୁ ସମ୍ବୋଧିତ କରିଥିଲେ।

Share