Categories: ଜାତୀୟ

ପାର୍ଲାମେଣ୍ଟ୍‌ରେ ହେଉନି ଉପଯୁକ୍ତ ବିତର୍କ, ପ୍ରତିକ୍ରିୟା ଦେଲେ ସିଜେଆଇ…

ନୂଆଦିଲ୍ଲୀ,୧୫।୮: ପାର୍ଲାମେଣ୍ଟ୍‌ରେ ଉପଯୁକ୍ତ ବିତର୍କ ନ ହୋଇ ଆଇନ ପାରିତ ହେଉଛି। ଏହାଦ୍ୱାରା ସମ୍ପୃକ୍ତ ଆଇନର ସ୍ପଷ୍ଟତାର ଅଭାବ ପରିଲକ୍ଷିତ ହେଉଛି ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି(ସିଜେଆଇ) ଏନ୍‌.ଭି. ରମନା କ୍ଷୋଭ ପ୍ରକାଶ କରିଛନ୍ତି। ପାର୍ଲାମେଣ୍ଟରେ ଆଇନ ସହିତ ଜଡ଼ିତ ଥିବା ବହୁ ସଦସ୍ୟ ରହିଛନ୍ତି। ଏପରିସ୍ଥଳେ ବିନା ବିତର୍କରେ ଆଇନକୁ ମଞ୍ଜୁରୀ ମିଳିବା ଦ୍ୱାରା ଏହାର ଗୁଣବତ୍ତା ହ୍ରାସ ପାଉଛି। ତେଣୁ ପାର୍ଲାମେଣ୍ଟରେ ଥିବା ଆଇନଜୀବୀ ସଦସ୍ୟ ନିଜକୁ କେବଳ ଆଇନ ସେବାରେ ସୀମିତ ନ ରଖି ରାଜନୈତିକ କ୍ଷେତ୍ରରେ ସକ୍ରିୟ ରହିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share