ପରଜଙ୍ଗ, ୬ା୨(ଡି.ଏନ.ଏ.): ପରଜଙ୍ଗ ବ୍ଲକ କୁଆଳୋ ପୁରୁଣା ଗ୍ରାମ ନିକଟ ପୂର୍ତ୍ତ ବିଭାଗ ରାସ୍ତାରେ ମୁକୁଳା ଅବସ୍ଥାରେ ଥିବା ୨ ଟ୍ରାନ୍ସଫର୍ମର ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଟ୍ରାନ୍ସଫର୍ମର ପାଖରେ ଶନିଶ୍ଚର ମହାରାଜଙ୍କ ମନ୍ଦିର ରହିଛି। ପୀଠକୁ ଗ୍ରାମର ଶତାଧିକ ଲୋକେ ଦୈନିକ ପୂଜାର୍ଚ୍ଚନା କରିବାକୁ ଆସୁଛନ୍ତି। ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ଏହି ଖୋଲା ଟ୍ରାନ୍ସଫର୍ମର ବୁଲାଜନ୍ତୁଙ୍କ ପାଇଁ ମଧ୍ୟ ବିପଦ ପାଲଟିଛି। ବିଭାଗୀୟ ଅଧିକାରୀ ଏହାକୁ ଘେରାବନ୍ଦୀ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।