Categories: ଜାତୀୟ

ମୃତଦେହକୁ ବଳାତ୍କାର କରୁଥିବା ଅପରାଧୀଙ୍କ ଦଣ୍ଡବିଧାନ ପାଇଁ ନାହିଁ କୌଣସି ଧାରା: ହାଇକୋର୍ଟ…

ବେଙ୍ଗାଲୁରୁ,୧।୬ : କର୍ନାଟକ ହାଇକୋର୍ଟ କେନ୍ଦ୍ରକୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ସଂଶୋଧନ କରିବାକୁ କିମ୍ବା ମୃତଦେହକୁ ବଳାତ୍କାର କରିବା ଅପରାଧଭୁକ୍ତ କରିବା ସହିତ ଏଥିପାଇଁ ଦଣ୍ଡ ବିଧାନ ପାଇଁ ଏକ ନୂତନ ଆଇନ ଆଣିବାକୁ କହିଛନ୍ତି। ଜଷ୍ଟିସ ବି ବିରପ୍ପା ଏବଂ ଭେଙ୍କଟେଶ ନାୟକ ଟି ଙ୍କୁ ନେଇ ଗଠିତ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଆଇପିସିର ଧାରା ୩୭୬ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ଏହି ସୁପାରିଶ କରିଛନ୍ତି।

ବଳାତ୍କାର ସହ ଜଡିତ ଏହି ମାମଲାରେ, ମୃତଦେହ ସହିତ ବଳାତ୍କାର କରୁଥିବା ବ୍ୟକ୍ତିଙ୍କୁ କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ। ଅଭିଯୁକ୍ତ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ବଳାତ୍କାର କରିଥିଲେ। କୋର୍ଟ ଆଇପିସି ଧାରା ୩୦୨ (ହତ୍ୟା) ଅନୁଯାୟୀ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି।

ନିଃସନ୍ଦେହରେ ଅଭିଯୁକ୍ତ ମୃତଦେହ ସହ ଯୌନ ସମ୍ପର୍କ ରଖିଥିବା ବୋଲି ବେଞ୍ଚ କହିଛନ୍ତି। କିନ୍ତୁ ଏହା ଆଇପିସିର ଧାରା ୩୭୫ କିମ୍ବା ୩୭୭ ଅନୁଯାୟୀ ଏକ ଅପରାଧ ବୋଲି ଧରାଯାଇପାରିବ ନାହିଁ। କାରଣ ଏହି ଧାରାରେ ମୃତଦେହକୁ ମଣିଷ କିମ୍ବା ବ୍ୟକ୍ତି ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ତେଣୁ, ଧାରା ୩୭୬ ଅନୁଯାୟୀ ଏହା କୌଣସି ଦଣ୍ଡନୀୟ ଅପରାଧ ନାହିଁ ।

Share