Categories: ଜାତୀୟ

କୋର୍ଟଙ୍କ ବଡ ରାୟ, କେବେ ଧୋକା ଖାଆନ୍ତି ନାହିଁ ମହିଳା

ଅମରାବତୀ, ୧।୧୧: ବିବାହର ମିଛ ପ୍ରତିଶ୍ରୁତି ଦେଇ ବଳତ୍କାର କରିବା ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, କୌଣସି ଶିକ୍ଷିତ ମହିଳା କେବଳ ବିବାହ ପ୍ରତିଶ୍ରୁତି ସହ କୌଣସି ପୁରୁଷ ସହ ସମ୍ପର୍କରେ ରହିପାରିବ ନାହିଁ। ରିଲେଶନଶିପକୁ ଆସିବା ପୂର୍ବରୁ ମହିଳାଙ୍କୁ ଜଣାଥିଲା କି, ସେମାନଙ୍କ ମଧ୍ୟରେ ବିବାହ ହେବାର ସମ୍ଭାବନା ବହୁତ କମ୍‌ ଅଛି।

ଜଷ୍ଟିସ କେ ଶ୍ରୀନିବାସ ରେଡ୍ଡୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହୟରେ ମହିଳାଙ୍କ ଅଭିଯୋଗକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ମହିଳା ଜଣକ ବହୁତ ଭଲ ଭାବରେ ଜାଣିଥିଲେ ଯେ, ସେମାନଙ୍କ ମଧ୍ୟରେ ବିବାହ ହେବାର ସମ୍ଭାବନା କହୁତ କମ୍‌ ଅଛି। ଏହି ମାମଲାରେ ପୁରୁଷ ଜଣଙ୍କ ବିବାହ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେ ବହୁବାର ଏହାକୁ ଆଡେଇ ଆସିଥିଲେ। ତେବେ ଏପରି କ୍ଷେତ୍ରରେ କୌଣସି ଶିକ୍ଷିତ ମହିଳା କେବଳ ବିବାହ ପ୍ରତିଶ୍ରୁତିରେ ପୁରୁଷ ବନ୍ଧୁଙ୍କ ସହ ୨ବର୍ଷ ଯାଏଁ ସମ୍ପର୍କରେ ରହିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ମାମଲାରେ ଜାଣିବାକୁ ମିଳିଛି କି, ମହିଳାଜଣକ ଉଚ୍ଚ ଶିକ୍ଷିତ ଅଟନ୍ତି। କିନ୍ତୁ ସେ ଭ୍ରାନ୍ତ ଧାରଣା ସହ ଏପରି ଏକ ସମ୍ପର୍କରେ ବଞ୍ଚୁଥିଲେ। କୋର୍ଟ ଆହୁରି ଜାଣିବାକୁ ପାଇଛନ୍ତି ଯେ, ଜାତିଗତ ପାର୍ଥକ୍ୟ ହେତୁ ସେମାନଙ୍କ ମଧ୍ୟରେ କେବେ ବି ବିବାହ ସମ୍ଭବ ହୋଇପାରି ନଥାନ୍ତା। ଶେଷରେ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖାରଜ କରିଛନ୍ତି।

Share