ମୁଣ୍ଡ ନୂଆଁଇଲା ଇଂଲଣ୍ଡ

ନୂଆଦିଲ୍ଲୀ,୭।୧୦: ଭାରତ ଆଗରେ ମୁଣ୍ଡ ନୂଆଁଇଛି ଇଂଲଣ୍ଡ। ଉଭୟ ଡୋଜ୍‌ ନେଇଥିବା ଭାରତୀୟଙ୍କୁ ଆଉ ଇଂଲଣ୍ଡରେ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ ନାହିଁ। ଏହି ନିୟମ ଅକ୍ଟୋବର ୧୧ତାରିଖରୁ ଲାଗୁ ହେବ ବୋଲି ଭାରତର ହାଇ କମିଶନର ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ, କୋଭିଡ୍‌-୧୯ କୋଭିଶିଲ୍ଡ ଟିକାର ଉଭୟ ଡୋଜ୍‌ ନେଇ ଇଂଲଣ୍ଡ ଯାଉଥିବା ଭାରତୀୟଙ୍କୁ ସେଠାରେ ୧୦ ଦିନ କ୍ୱାରେଣ୍ଟିନ୍‌ରେ ରଖାଯାଉଥିଲା। ଏହି ନିୟମ ବିରୋଧରେ ଭାରତ ମଧ୍ୟ ଇଂଲଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସମାନ କ୍ୱାରେଣ୍ଟିନ୍‌ ବ୍ୟବସ୍ଥା କରିଥିଲା। ଫଳରେ ବାଧ୍ୟ ହୋଇ ଇଂଲଣ୍ଡ ସରକାର କ୍ୱାରେଣ୍ଟିନ୍‌ ନିୟମକୁ ପରିବର୍ତ୍ତନ କରିବାକୁ ପଡିଛି।

Share