ନୂଆଦିଲ୍ଲୀ,୧୩।୪ : ବିହାର ରାଜନୀତିରେ ଉତ୍ତେଜନା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବିହାରର ପୂର୍ବତନ ସିଏମ ଜିତନ ରାମ ମାଝିିଂ ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ବୈଠକ ପରେ ମାଝିଂ କହିଛନ୍ତି ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ କୁମାରଙ୍କର ସମସ୍ତ ଗୁଣ ରହିଛି।
ଶାହାଙ୍କୁ ଭେଟିବାର କିଛି ସମୟ ପୂର୍ବରୁ ସେ କହିଥିଲେ, ଅନେକ ପ୍ରସଙ୍ଗ ଅଛି ଯାହା ବିଷୟରେ ଆମେ ଆଲୋଚନା କରିବୁ। ତେବେ ବୈଠକ ପରେ ସେ କହିଛନ୍ତି, ଏନଡିଏରେ ଯୋଗଦେବାରେ କୌଣସି ପ୍ରଶ୍ନ ଉଠୁ ନାହିଁ। ମୁଁ କେବଳ ନୀତୀଶ କୁମାରଙ୍କ ସହିତ ରହିବି। ନୀତୀଶ କୁମାରଙ୍କର ସମସ୍ତ ଗୁଣ ଅଛି ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିବା ଉଚିିତ। ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ସେ ଏକ ଆନ୍ତରିକ ଉଦ୍ୟମ କରୁଛନ୍ତି।