Categories: ଜାତୀୟ

‘ଇସ୍ତଫା ଦେବାର କୌଣସି ପ୍ରଶ୍ନ ନାହିଁ, ଯଦି କେନ୍ଦ୍ର କହିବ…’

ଇମ୍ଫାଲ,୨୬।୭: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ସ୍ପଷ୍ଟ କରିଛନ୍ତି ଯେ, ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ। ଜାରି ରହିଥିବା ହିଂସାକାଣ୍ଡ ଯୋଗୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ହେଉଛି। ଏହି ସମୟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଇସ୍ତଫା ଦେବାର କୌଣସି ପ୍ରଶ୍ନ ନାହିଁ, କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ କହିଲେ ସେ ଏହା କରିବାକୁ ପ୍ରସ୍ତୁତ ଅଛନ୍ତି।

୨ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ବୁଲାଇବାର ଭିଡିଓ ଆସିବା ପରେ ବିରୋଧୀ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ଇସ୍ତଫା ଦାବି କରୁଛନ୍ତି। ରିପୋର୍ଟ ଅନୁଯାୟୀ, ବିରେନ ସିଂଙ୍କୁ ପଚରାଯାଇଥିଲା ଯେ ତାଙ୍କ ଇସ୍ତଫା ବିଷୟରେ ଆଲୋଚନା ହେଉଛି ଏବଂ ଭାଜପା ତାଙ୍କୁ ଇସ୍ତଫା ଦେବାକୁ କହୁଛି। ଏହାର ଜବାବରେ ସେ କହିଛନ୍ତି ଯେ, ମଣିପୁରର ଲୋକମାନେ ତାଙ୍କୁ ମନୋନୀତ କରିଛନ୍ତି। ସେ କହିଛନ୍ତି ଯେ ଇସ୍ତଫା ଦେବାର କୌଣସି ପ୍ରଶ୍ନ ନାହିଁ, କିନ୍ତୁ ହଁ, ଯଦି କେନ୍ଦ୍ରୀୟ ନେତୃତ୍ୱ କୁହନ୍ତି ଏବଂ ମଣିପୁରର ଲୋକମାନେ ଚାହାଁନ୍ତି, ମୁଁ ଇସ୍ତଫା ଦେବି।

Share