ବର୍ଷା ନାହିଁ: ଶୁଖିବାକୁ ବସିଲାଣି ଧାନ ତଳି

ପଡିଆବାହାଲ,୧୪ା୭(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ବାହାମ ପଞ୍ଚାୟତ ପଡିଆବାହାଲ ଅଞ୍ଚଳରେ ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁ ନାହିଁ।

ପ୍ରଥମ ମୌସୁମୀ ବର୍ଷାରେ ଚାଷୀ ଧାନ ତଳି ପକାଇଥିଲେ ମଧ୍ୟ ତାହା ଶୁଖିବାକୁ ବସିଲାଣି। ତଥାପି ଟେକାପାଣି ଦେଇ କୌଣସିମତେ ତଳି ବଞ୍ଚାଇବାକୁ ଚାଷୀ ଚେଷ୍ଟା ଜାରି ରଖିଛନ୍ତି। ହେଲେ ଉଠା ଜଳସେଚନର ସୁବିଧା ନାହିଁ। ବର୍ଷାକୁ ଚାହିଁ ଚାଷୀ ହତାଶ ହୋଇ ବସିଛି। ବାହାମ, ଖଲିଆପାଲି, ପଧାନପାଲି, ବଡ଼ତୁରାଙ୍ଗ, କଦଳିମୁଣ୍ଡା, ଲାଲମୁନି, ବାରିବନ୍ଧ ଆଦି ଅଞ୍ଚଳର ଚାଷୀମାନେ ବର୍ଷାକୁ ଅନାଇ ହତାଶ ହୋଇପଡିଛନ୍ତି। ଜଳାଭାବରୁ ପରିବା ଚାଷ ମଧ୍ୟ ଆରମ୍ଭ ହୋଇପାରି ନାହିଁ।