Categories: ଜାତୀୟ

ହିଜାବ ଆନ୍ଦୋଳନକାରୀଙ୍କ ପାଇଁ ପୁଣି ଥରେ ପରୀକ୍ଷା କରାଯିବ ନାହିଁ

ବେଙ୍ଗାଲୁରୁ,୨୧।୩: ହିଜାବ ଆନ୍ଦୋଳନ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଦେଇ ପାରି ନ ଥିବା ଛାତ୍ରୀଙ୍କ ପାଇଁ ସୋମବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି ପ୍ରାଥମିକ ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗ (ପିୟୁଇ)। ପିୟୁସି ୨ ପ୍ରାକ୍ଟିକାଲ ପରୀକ୍ଷାକୁ ବହିଷ୍କାର କରିଥିବା ଛାତ୍ରୀଙ୍କ ପାଇଁ ପୁଣି ଥରେ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

ଦ୍ୱିତୀୟ ପିୟୁସି ପରୀକ୍ଷା ଲାଗି ପ୍ରାକ୍ଟିକାଲ ଟେଷ୍ଟ ଫେବୃୟାରୀ ଏବଂ ମାର୍ଚ୍ଚରେ ହୋଇଥିଲା। କିନ୍ତୁ ସେହି ସମୟରେ ଅନେକ ଛାତ୍ରୀଛାତ୍ର ପରୀକ୍ଷା ନ ଦେବାକୁ ନିଷ୍ପତ୍ତି ନେଇଥିଲେ। କିଛି ଛାତ୍ରୀଙ୍କୁ ହିଜାବ ପିନ୍ଧିବା କାରଣରୁ ପରୀକ୍ଷାରେ ବସେଇ ଦିଆଯାଇ ନ ଥିଲା। ଅନ୍ୟମାନେ ସେମାନଙ୍କୁ ସମର୍ଥନ ଜଣାଇବା ଲାଗି ପରୀକ୍ଷା ଛାଡ଼ି ଥିଲେ।

କର୍ନାଟକ ଦ୍ୱିତୀୟ ପିୟୁସି ପରୀକ୍ଷାରେ ପାସ କରି ନ ଥିବା ହିଜାବ ଆନ୍ଦୋଳକାରୀଙ୍କ ଲାଗି ଅଧିକାରୀମାନେ ବିକଳ୍ପ ଖୋଜୁଥିବା ବେଳେ ପୁଣି ଥରେ ପରୀକ୍ଷାକୁ ସରକାର ମନା କରି ଦେଇଛନ୍ତି। ପରୀକ୍ଷା ଦେଇ ନ ଥିବା ଛାତ୍ରୀଛାତ୍ରଙ୍କୁ ଆବସେଣ୍ଟ କରିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଛାତ୍ରୀଛାତ୍ରଙ୍କ ପାସ କରିବାର ଆଶା ଶେଷ ହୋଇଛି।

Share