ମରାମତି ହେଉନି ରାସ୍ତା, ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ

କେନ୍ଦୁଝର,୧ା୪(ସ୍ବ.ପ୍ର.): ସଦର ବ୍ଲକ ଠାକୁର ପାଟଣା-ରାଙ୍କି ରାସ୍ତା ଶୋଚନୀୟ ହୋଇ ପଡ଼ିଥିବାରୁ ଲୋକମାନେ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ କଂକ୍ରିଟ ରାସ୍ତାର ଅନେକ ସ୍ଥାନରୁ ଚିପ୍ସ ଉଠିଯାଇଛି। ଏଣୁ ଯିବା ଆସିବା ବେଳେ ଲୋକମାନେ ଦୁର୍ଘଟଣାର ଶିକାର ହୋଇ ଖଣ୍ଡିଆ ଖାବରା ହେଉଛନ୍ତି। ଏହି ରାସ୍ତା ୨୦୧୨-୧୩ ମସିହାରେ ନିର୍ମାଣ ହୋଇଥିବା ବେଳେ ଏହାର ମରାମତି କରାଯାଉ ନ ଥିବାରୁ ଭାଙ୍ଗି ଗଲାଣି। ପାଖାପାଖି ଅଢ଼େଇ ହଜାର ଲୋକ ଏହି ଗ୍ରାମରେ ରହୁଥିବା ବେଳେ ଏହା ଏକମାତ୍ର ଯାତାୟାତ ରାସ୍ତା। ଏଣୁ ଏହାର ମରାମତି କରିବାକୁ ସ୍ଥାନୀୟ ଲୋକେ ଜିଲାପାଳଙ୍କୁ ନିବେଦନ କରୁଛନ୍ତି।

Share