ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭାରତୀୟ ସରାକର। ଫସିଥିବା ଭାରତୀୟ ନାଗରିକଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ କ୍ରମାଗତ ଯୋଗାଯୋଗ ରଖିଥିବା କୁହାଯାଇଛି।
“କୌଣସି ଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ରିପୋର୍ଟ ଆମ ପାଖକୁ ଆସିନାହିଁ। ଖାରକିବ ଓ ପଡ଼ୋଶୀ ଅଞ୍ଚଳରୁ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରିବା ଲାଗି ଆମେ ୟୁକ୍ରେନ ଅଧିକାରୀଙ୍କୁ ଅନୁରୋଧ କରିଛୁ” ବୋଲି ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଆରିନ୍ଦମ ବାଗଚି କହିଛନ୍ତି।
ୟୁକ୍ରେନ ସେନା ବଡ଼ ସଂଖ୍ୟାରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ପୂର୍ବାଞ୍ଚଳ ସହର ଖାରକିବରେ ବନ୍ଧକ ରଖାଯାଇଥିବା ରୁଷିଆ ସରକାର ଦାବି କରିବା ପରେ ଉପରୋକ୍ତ ସ୍ପଷ୍ଟିକରଣ ରଖିଛି ଭାରତ।