Advertisement

ବିପକ୍ଷର କୌଣସି ନେତା ମୋଦିଙ୍କ ସମକକ୍ଷ ହୋଇପାରିବେ ନାହିଁ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଆମେରିକୀୟ ବ୍ୟବସାୟୀ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ଏକମାତ୍ର ନେତା ଯିଏ ଭବିଷ୍ୟତ ବିଷୟରେ କହୁଛନ୍ତି। ବିରୋଧୀ ଦଳର କେହି ନାହାଁନ୍ତି ଯିଏ ମୋଦିଙ୍କ ଗତିଶୀଳତା ସହ ସମକକ୍ଷ ହୋଇପାରିବ। ଏକ ସାକ୍ଷାତକାରରେ ଭାରତ-ଆମେରିକୀୟ ବ୍ୟବସାୟୀ ସୁରେଶ ଭି ଶେନୋୟ ଏହା କହିଛନ୍ତି।
ସୁରେଶ ଭି ଶେନୋ କହିଛନ୍ତି, ମୁଁ ଭାବୁଛି ମୋଦି ହେଉଛନ୍ତି ଭାରତୀୟ ନିର୍ବାଚନରେ ଏକମାତ୍ର ବ୍ୟକ୍ତି ଯିଏ ଭବିଷ୍ୟତ ବିଷୟରେ କହୁଛନ୍ତି। ଭବିଷ୍ୟତର ଟେକ୍ନୋଲୋଜି କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ସେ କହୁଛନ୍ତି। ମୁଁ ହିନ୍ଦୁତ୍ୱ ଦୃଷ୍ଟିକୋଣରୁ ଏହା ବିଷୟରେ କହୁ ନାହିଁ କାରଣ ଏହା ଏକ କାହାଣୀ କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଅନେକ କିଛି ହାସଲ କରିଛି ଏବଂ ଏହା ଆଶ୍ଚର୍ଯ୍ୟଜନକ ଅଟେ। ବର୍ତ୍ତମାନ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share