ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ ଓ ମହିଳା ବିକାଶ ଯୋଜନାର କର୍ମଚାରୀମାନେ ନିଜ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଶପଥ ନେଇଛନ୍ତି।

ପ୍ରକାଶ ଯେ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟାଳୟର କର୍ମଚାରୀ, ସୁପରଭାଇଜର, ଅଙ୍ଗନାୱାଡି କର୍ମୀମାନେ ଉପସ୍ଥିତ ରହି ସନ୍ଧ୍ୟାରାଣୀ ନିବାରଣ ସଚେତନ କରିବା ସହ ଏହାକୁ ପ୍ରଶୟ ନ ଦେବାକୁ ଶପଥ ପାଠ କରିଛନ୍ତି । ନିଜ କାର୍ଯ୍ୟ ସମୟରେ ଶିଶୁଙ୍କ ସେବା ଓ ନିଜର ଦାୟିତ୍ୱ କରିବା ସମୟରେ କୌଣସି ଦୁର୍ନୀତିକୁ ପ୍ରଶୟ ନ ଦେବାକୁ ଶପଥ ଗ୍ରହଣ କରିଥିଲେ ଏଭକି ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ଶପଥ ନେବାକୁ ସ୍ଥିର କରାଯାଇଛି ବୋଲି ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା କହିଛନ୍ତି।

Share