ଜୋହାନ୍ସବର୍ଗ,୯।୯: ଆସନ୍ତା ଅକ୍ଟୋବରରେ ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ଘୋଷିତ ଦକ୍ଷିଣ ଆଫ୍ରିକା ଦଳରୁ ବାଦ୍ ପଡ଼ିଛନ୍ତି ସିନିୟର ବ୍ୟାଟ୍ସମ୍ୟାନ ଫାଫ ଡୁପ୍ଲେସି। ତାଙ୍କ ଭଳି ଅଭିଜ୍ଞ ଲେଗ୍ ସ୍ପିନର ଇମ୍ରାନ ତାହିର ଓ ଅଲରାଉଣ୍ଡର କ୍ରିସ ମୋରିସଙ୍କୁ ମଧ୍ୟ ବିଶ୍ୱକପ୍ ଦଳରେ ସ୍ଥାନ ମିଳିନାହିଁ। ଚୟନକର୍ତ୍ତାମାନେ ତେମ୍ବା ବାଭୁମାଙ୍କ ନେତୃତ୍ୱାଧୀନ ୧୫ ଜଣିଆ ଦଳରେ ୩ ସ୍ପିନରଙ୍କୁ ନେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି୨୦ ଖେଳି ନ ଥିବା ମହାରାଜ।
ତେବେ ସେ ଦକ୍ଷିଣ ଆଫ୍ରିକା ପାଇଁ ୩୬ ଟେଷ୍ଟ ଓ ୧୪ ଦିନିକିଆ ଖେଳି ସାରିଛନ୍ତି। ଅନ୍ତର୍ଜାତୀୟ ଟି୨୦ ଖେଳି ନ ଥିଲେ ମଧ୍ୟ ବିଭିନ୍ନ ଲିଗ୍ରେ ୧୦୪ ମ୍ୟାଚ୍ ଖେଳିଥିବା ମହାରାଜଙ୍କ ନାମରେ ଅଛି ୮୩ ଉଇକେଟ।