ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ଚଳାଚଳ ବନ୍ଦ ରହିବ । ଏ ନେଇ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ପୁନର୍ବାର ଲକ୍ଷ୍ମୀ ବସ୍‌କୁ ରାଜ୍ୟ ସରକାର ବ୍ଲକ ଠାରୁ ଜିଲା ମୁଖ୍ୟାଳୟ ପର୍ୟ୍ୟନ୍ତ ଚଳାଚଳ ପାଇଁ ନୋଟିଫିକେଶନ ଜାରି କରିଛନ୍ତି ।

ଏହାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ବନ୍ଦ ଡାକରା ଦେଇଛି । ପୂର୍ବତନ ସରକାର ଏହାକୁ ମାନିଥିଲେ, ବର୍ତ୍ତମାନ ସରକାର ପୁଣି ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ଘରୋଇ ବସ କ୍ଷତି ସହିବ। ତେଣୁ ବନ୍ଦ ଡାକରା ଦେଇ ପ୍ରତିବାଦ ଜଣାଇଛନ୍ତି ।