ଏଣିକି ହୋଟେଲ ମାଲିକ ମନଇଛା ଲଗାଇପାରିବେନି ସର୍ଭିସ ଚାର୍ଜ

ନୂଆଦିଲ୍ଲୀ,୪।୭: ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋମବାର କେନ୍ଦ୍ର ସରକାର ସର୍ଭିସ ଚାର୍ଜକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ହୋଟେଲ ଓ ରେଷ୍ଟୁରାଣ୍ଟରେ ମାଲିକମାନେ ମନଇଛା ସର୍ଭିସ ଚାର୍ଜ ଲଗାଇପାରିବେନି। ଜାତୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ସୋମବାର ଏକ ବଡ ନିର୍ଦ୍ଦେଶ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ମାଲିକ ଗ୍ରାହକଙ୍କୁ ସର୍ଭିସ ଚାର୍ଜ ଦେବାକୁ ବାଧ୍ୟ କରିପାରିବେ ନାହିଁ। ଏଥିସହ ଖାଦ୍ୟ ବିଲରେ ମଧ୍ୟ ଏହାକୁ ଯୋଡାଯିବ ନାହିଁ ବୋଲି ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ହୋଟେଲ ଏହାକୁ ଖାଦ୍ୟ ବିଲରେ ଯୋଡିବାକୁ ଚେଷ୍ଟା କରନ୍ତି, ତେବେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଗ୍ରାହକ ଚାହିଁଲେ ସର୍ଭିସ ଚାର୍ଜ ଦେଇପାରିବେ। ଏହା ସମ୍ପୂୂର୍ଣ୍ଣ ସ୍ବେଚ୍ଛାକୃତ, ବିକଳ୍ପ ଏବଂ ଗ୍ରାହକଙ୍କ ବିବେକ ଉପରେ ନିର୍ଭର କରେ।

Share