Categories: ଜାତୀୟ

ରାଜସ୍ଥାନରେ ଭାକ୍ସିନ ଅଭାବ ପଡ଼ିନାହିଁ

ଜୟପୁର,୯।୩ : କେନ୍ଦ୍ର ତୁରନ୍ତ ଭାକ୍ସିନ ନ ପଠାଇଲେ ରାଜସ୍ଥାନରେ ଆଣ୍ଟି କରୋନା ଡୋଜର ଅଭାବ ଦେଖାଦେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏହାକୁ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ”ଏହି ରାଜ୍ୟରେ ବର୍ତ୍ତମାନ ଭାକ୍ସିନ ଅଭାବ ନାହିଁ। ରାଜସ୍ଥାନକୁ ୩୭.୬୧ ଲକ୍ଷ ଆଣ୍ଟି କୋଭିଡ୍‌ ଡୋଜ ପଠାଯାଇଥିବାବେଳେ ୮ ତାରିଖ ସନ୍ଧ୍ୟା ସୁଦ୍ଧା ୨୪.୨୮ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ରାଜ୍ୟ ପାଖରେ ଆହୁରି ୧୩.୩୩ ଲକ୍ଷ ଡୋଜ ବଞ୍ଚିଛି “ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭାକ୍ସିନର ଉପଲବ୍ଧତା ଓ ଯୋଗାଣ ଉପରେ ନିୟମିତ ନଜର ରଖାଯାଉଛି। ସେମାନଙ୍କ ଆବଶ୍ୟକତା ଓ ପ୍ରତ୍ୟେକ ଦିନ କେତେ ସଂଖ୍ୟାରେ ଲୋକଙ୍କୁ ଟିକାକରଣ କରାଯାଉଛି, ତାହାକୁ ଆଧାର କରି ଭାକ୍ସିନ ଯେଗାଇ ଦିଆଯାଉଥିବା ସ୍ପଷ୍ଠ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ରାଜ୍ୟରେ ନିକଟ ଭବିଷ୍ୟତରେ ଭାକ୍ସିନ ଅଭାବ ଦେଖାଦେବାର ସମ୍ଭାବନା ଥିବାରୁ ଆଣ୍ଟି କରୋନା ଡୋଜ ପ୍ରଦାନ ପ୍ରକ୍ରିୟା ଧିମା କରି ଦିଆଯାଇଥିବା କିଛି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା।

Share