ଓଡ଼ିଶାକୁ ମିଳିବନି ସ୍ବତନ୍ତ୍ର ପାହ୍ୟା

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁି। କେବଳ ଓଡ଼ିଶା ନୁହେଁ, କୌଣସି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ। ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି। ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲଙ୍ଗାନାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯାଇଛି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ଭୁବନେଶ୍ୱରର ଏକ ହୋଟେଲରେ ଗଣମାଧ୍ୟମ ସହିତ ବଜେଟ ପରବର୍ତ୍ତୀ ଆଲୋଚନା ସମୟରେ ଏହା କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ଗତ କିଛି ବର୍ଷ ଧରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକରି ଆସୁଛି। ପଛୁଆ ଅଞ୍ଚଳ ସାଙ୍ଗକୁ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଲଗାତର ହେଉଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବହୁବାର ଦାବିକରି ଆସୁଛନ୍ତି। ବିଜେଡି ଏମ୍‌ପିମାନେ ଏହି ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ବହୁବାର ଉଠାଇ ଆସୁଛନ୍ତି। ତେବେ ନିର୍ମଳାଙ୍କ ସୂଚନା ପରେ ରାଜ୍ୟର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଝଟକା ଲାଗିଛି। ଯେଉଁ ରାଜ୍ୟର ଅଧିକାଂଶ ଅଞ୍ଚଳ ଦୁର୍ଗମ ପାହାଡ଼ ସାଙ୍ଗକୁ ଅନ୍ତର୍ଜାତୀୟ ସୀମାକୁ ସଂଯୋଗ କରୁଥିବ, ଆର୍ଥିକ ଏବଂ ଭିତ୍ତିଭୂମି କ୍ଷେତ୍ରରେ ପଛୁଆ ଅଞ୍ଚଳ ହୋଇଥିବ ସେହି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ରହିଛି।
୨୦୨୩-୨୪ କେନ୍ଦ୍ରୀୟ ବଜେଟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଅର୍ଥ କମାଯାଇଥିବା ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ଉଠାଇଥିଲେ। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି, ଏମ୍‌ଜିଏନ୍‌ଆରଇଜିଏସ୍‌ ହେଉଛି ଚାହିଦାଭିତ୍ତିକ ଯୋଜନା। ଲୋକଙ୍କ ଚାହିଦା ବଢ଼ିଲେ, ବ୍ୟୟବରାଦ ବଢ଼ିବ। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ବିନିଯୋଗ ହେଉଛି, ଯାହାକି ୧୦ ବର୍ଷର ୟୁପିଏ ସରକାର ଅମଳରେ ହେଉ ନ ଥିଲା। ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅର୍ଥ କମାଯାଇଥିବା ଅଭିଯୋଗ ଆଣି କେତେକ ରାଜ୍ୟ ଏହାକୁ ପ୍ରସଙ୍ଗ କରୁଛନ୍ତି। କିନ୍ତୁ ଏମିତି ମଧ୍ୟ ରାଜ୍ୟ ଅଛନ୍ତି, ଯେଉଁମାନଙ୍କୁ ଆର୍ଥିକ ବର୍ଷ ଆରମ୍ଭରୁ ପାଣ୍ଠି ଦିଆଯାଉଥିଲେ ମଧ୍ୟ ସେମାନେ ଖର୍ଚ୍ଚ କରିପାରୁନାହାନ୍ତି। ଏହି ଯୋଜନା ପାଇଁ ପାଣ୍ଠି ଅତିରିକ୍ତ ବ୍ୟୟବରାଦ ଜରିଆରେ ବଢ଼ାଇବା ବିକଳ୍ପ ରହିଛି ବୋଲି ସେ କହିଛନ୍ତି। ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ସଂଗ୍ରହ କମାଯିବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, କୌଣସି ଶସ୍ୟ ସଂଗ୍ରହ କମାଯାଇ ନାହିଁ। କୃଷକମାନଙ୍କଠାରୁ କିଣାଯାଇଥିବା ଖାଦ୍ୟଶସ୍ୟର ପରିମାଣ ଗତ ୮ ବର୍ଷ ମଧ୍ୟରେ ବଢ଼ିଛି। ଏଥିସହିତ ପ୍ରଦାନ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ମଧ୍ୟ ବଢ଼ିଛି। ଶସ୍ୟ କିଣା ପରେ ଚାଷୀଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ଅଧିକ ରହୁଛି। ଏମ୍‌ଏସ୍‌ପି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି। ଫଳରେ ଚାଷୀଙ୍କ ଅର୍ଥ ମଧ୍ୟସ୍ଥ ନେବା ପ୍ରକ୍ରିୟା ବନ୍ଦ ହୋଇଛି। ମୋଦି ସରକାରଙ୍କ ଅମଳରେ ଏମ୍‌ଏସ୍‌ପି ଦରରେ ଚାଷୀଙ୍କଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହେଉଛି। ଆଦାନୀ ପ୍ରସଙ୍ଗରେ ସେ କହିଛନ୍ତି, ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ଷ୍ଟେଟ ବ୍ୟାଙ୍କ ଓ ସେବି ଯାହା କହିବା କଥା କହି ସାରିଛନ୍ତି। ଏହି ପ୍ରସଙ୍ଗରେ ଅଧିକ କିଛି କହିବା ଠିକ୍‌ ହେବନି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ଅର୍ନ୍ତଭୁକ୍ତ ପାଇଁ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ପେଟ୍ରୋଲିୟମ୍‌ ଉତ୍ପାଦକୁ ଜିଏସ୍‌ଟିରେ ସାମିଲ କରିବା ଲାଗି ଆରମ୍ଭରୁ ପ୍ରସ୍ତାବ ରହିଛି। କେବଳ କେଉଁ ହାରରେ ଜିଏସ୍‌ଟି ଲାଗିବ, ତାହା ଧାର୍ଯ୍ୟ ହୋଇପାରୁନି। ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବାର ଦାୟିତ୍ୱ ଜିଏସ୍‌ଟି ପରିଷଦ ଉପରେ ରହିଛି। ଏଥିରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି।
ଉଜ୍ଜ୍ୱଳା ଯୋଜନାରେ କମ୍‌ ଅର୍ଥ ବ୍ୟୟ ବରାଦ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, ଏହା କେନ୍ଦ୍ରର ସବୁଠାରୁ ଭଲ ଯୋଜନା। ଦେଶର ସମସ୍ତ ଟାର୍ଗେଟ ସଂଖ୍ୟକ ହିତାଧିକାରୀଙ୍କୁ ନୂଆ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଗରିବ ଲୋକ ଏହି ଯୋଜନାରେ ଅଧିକ ଲାଭବାନ ହୋଇଛନ୍ତି। ଏହା କେବଳ ନୂଆ ସଂଯୋଗ ପ୍ରଦାନ ଲାଗି ଉଦ୍ଦିଷ୍ଟ। ଏହା ଗ୍ରାହକଙ୍କୁ ରିହାତି(ସବ୍‌ସିଡି) ପ୍ରଦାନ ପାଇଁ ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଗରିବଙ୍କ ଉପରେ ଅନ୍ତର୍ଜାତୀୟ ମୂଲ୍ୟବୃଦ୍ଧିର ବୋଝ ନ ଲଦିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ସରକାର ସିଲିଣ୍ଡର ପିଛା ଦୁଇଶହ ଟଙ୍କା ସବସିଡି ଦେଉଛନ୍ତି। ଏହାଦ୍ୱାରା ଗରିବମାନେ ସେମାନଙ୍କ ଗ୍ୟାସ ସିଲିଣ୍ଡର ନିୟମିତ ଭାବେ ଭରିପାରିବେ। ସେ କହିଛନ୍ତି ଯେ, ଆମଦାନୀ ହୋଇଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧିର ପ୍ରଭାବ ଲୋକମାନେ ବୁଝନ୍ତି ଏବଂ ସେହି ଅନୁଯାୟୀ ସେମାନଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତି।
ବଜେଟରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ୍‌-ବିକାଶ) ଯୋଜନାକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ ଓଡ଼ିଶା କାରିଗର ସବୁଠୁ ଅଧିକ ଲାଭବାନ ହେବେ। ଓଡ଼ିଶାର ପଟ୍ଟଚିତ୍ର କାରିଗର, ପଥର ଶିଳ୍ପୀ ଅଧିକ ଲାଭ ପାଇବେ। ସମ୍ବଲପୁରୀ ଶାଢ଼ି ମୋତେ ବହୁତ ଭଲ ଲାଗେ। ବମକାଇ, କଟକୀ ଶାଢ଼ି ମଧ୍ୟ ଭଲ ଲାଗେ। ଏବେ ବି ମୁଁ ଏସବୁ ଶାଢ଼ି କିଣୁଛି ବୋଲି ସେ କହିଛନ୍ତି।
୨୦୨୩-୨୪ ବଜେଟ ଅମୃତ କାଳର ପ୍ରଥମ ବଜେଟ। ଯେଉଁଥିରେ କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ପାଇଁ ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ବିକାଶ ଲକ୍ଷ୍ୟର ଫୋକସରେ ଏମ୍‌ଏସ୍‌ଏମ୍‌ଇ ରହିଛି। ଦେଶର ସବୁ ଅଞ୍ଚଳ ବିକାଶର ଭାଗିଦାର ହେବା ନେଇ ଆକାଂକ୍ଷୀ ଜିଲା ଆରମ୍ଭ ହୋଇଥିଲା। ଏଥର ବଜେଟରେ ବିକାଶ କିପରି ଆହୁରି ତୃଣମୂଳ ସ୍ତରରେ ପହଞ୍ଚିବ ସେଥିପାଇଁ ୫୦୦ ଆକାଂକ୍ଷୀ ବ୍ଲକ୍‌ ଚିହ୍ନଟ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନଙ୍କୁ କଡ଼ା ଟାର୍ଗେଟ୍‌ କଲେ ପ୍ରସନ୍ନ ଆଚାର୍ଯ୍ୟ, କହିଲେ ଚିଟ୍‌ଫଣ୍ଡ୍‌ କଥା ବିଚାର କରୁକରୁ ସରକାରଙ୍କ…

ଭୁବନେଶ୍ୱର,୨୫ା୧୨: ଚିଟ୍‌ଫଣ୍ଡ୍‌ ଟଙ୍କା ଫେରସ୍ତ ନେଇ ଦେଇଥିବା ମନ୍ତବ୍ୟ ଉପରେ ମନମୋହନଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ପୂର୍ବ ସରକାର...

ଜବରଦଖଲରେ ୩୦ ହଜାର ଏକର ଜଙ୍ଗଲ ଜମି

ପଟ୍ଟାମୁଣ୍ଡାଇ,୨୫ା୧୨(କଳ୍ପତରୁ ନାୟକ): ୨୦୦୯ର ସରକାରୀ ତଥ୍ୟ ଅନୁଯାୟୀ ୨୦୧୫ରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲାରେ ୧,୬୪୯ ବାଂଲାଦେଶୀ...

ଆହୁରି ୨୪ ଘଣ୍ଟା ଜାରି ରହିବ ବର୍ଷା: ଏହି ସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୫।୧୨: ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ଆହୁରି ୨୪ ଘଣ୍ଟା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା...

ଇସ୍ତଫା ନା ହଟାଯାଇଛି! ରଘୁବରଙ୍କ ଇସ୍ତଫାର ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୫।୧୨: ଦେଶରେ ରାଜ୍ୟପାଳଙ୍କ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଗୋଟିଏ ପଟେ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ...

ଭିଡିଓ କଲ୍‌ କରି ଡାକ୍ତରଖାନା ଫ୍ୟାନ୍‌ରେ ଝୁଲିପଡ଼ିଲେ କର୍ମଚାରୀ, ଖିଅ ଖୋଜୁଛି ପୋଲିସ

ଦେବଗଡ଼,୨୫ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଯୁବକ ସ୍ବାସ୍ଥ୍ୟକେନ୍ଦ୍ରର ଏକ କଠୋରି ଭିତରେ ଲାଗିଥିବା ପଙ୍ଖାରେ...

ଚାଲିଛି ବାଘ-ଛେଳି ଖେଳ

ବାରିପଦା,୨୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ...

ଚାଷୀଙ୍କୁ ଘାରିଛି ଅଦିନିଆ ବର୍ଷା, ବିଲରେ ଲୋଟିଛି ପାଚିଲା ଧାନ

ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଗତ କିଛିଦିନ ଧରି ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାରେ ପାଚିଲା ଧାନ ପାଣି ବିଲରେ...

ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

କଟକ,୨୫ା୧୨ (କାର୍ତ୍ତିକ ସାହୁ): ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri