Categories: ଜାତୀୟ

‘ଗାନ୍ଧୀ ପରିବାରର ବିଶ୍ୱସ୍ତଙ୍କୁ ପଦ ଛାଡ଼ିବାକୁ ପଡ଼ିବ’

ନୂଆଦିଲ୍ଲୀ,୧୭।୩: ବୁଧବାର ରାତିରେ କଂଗ୍ରେସର ‘ଜି-୨୩’ ବୈଠକରେ ନେତାମାନେ ଏବେ ଦଳ ଛାଡ଼ିବାକୁ ମନା କରି ଦେଇଛନ୍ତି। ଅତ୍ୟନ୍ତ ଦୁର୍ବଳ ଥିବା କଂଗ୍ରେସ ଏବେ ଏହାକୁ ସହ୍ୟ କରିପାରିବ ନାହିଁ। କିନ୍ତୁ ଦେଶର ସର୍ବପୁରାତନ ଦଳର ପୁନରୁତ୍ଥାନ ପାଇଁ ଗାନ୍ଧୀ ପରିବାରକୁ ବିଭିନ୍ନ ପଦବୀରୁ ସେମାନଙ୍କ ବିଶ୍ୱସ୍ତଙ୍କୁ ତଡ଼ିବାକୁ ପଡ଼ିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଘୁଲାମ ନବି ଆଜାଦଙ୍କ ଘରେ କଂଗ୍ରେସର ୨୩ ଅସନ୍ତୋଷ ନେତାଙ୍କ ବୈଠକ ବସିଥିଲା। ଘୁଲାନ ନବି ଆଜଦ ସମ୍ଭବତଃ ନିକଟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟି ବୈଠକରେ ଆଲୋଚନାରୁ ବାହାରିଥିବା ନିଷ୍ପତ୍ତି ଜଣାଇବେ। ସେହି ବୈଠକରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।

Share