Categories: ଖେଳ

ପତିକ୍ରିୟା ରଖିବାକୁ ମନା କଲେ ଗାଙ୍ଗୁଲି

କୋଲକାତା,୧୬।୧୨: ଭାରତୀୟ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ବୟାନକୁ ନେଇ ଝଡ଼ ସୃଷ୍ଟି ହେବାର ଗୋଟିଏ ଦିନ ପରେ ପତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି କହିଥିଲେ, ଟି୨୦ ଅଧିନାୟକ ପଦ ଛାଡ଼ିବା ନିଷ୍ପତ୍ତିକୁ ବିସିସିଆଇ ସ୍ବାଗତ କରିଥିଲା ଏବଂ କେହି ଅଧିନାୟକ ପଦ ଛାଡ଼ିବା ଉଚିତ ହେବ ନାହିଁ ବୋଲି କହି ନ ଥିଲେ। କିଛି ଦିନ ତଳେ ପୂର୍ବତନ ଅଧିନାୟକ ଗାଙ୍ଗୁଲି ଦେଇଥିବା ବୟାନ ଠାରୁ କୋହଲିଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଭାରତୀୟ କ୍ରିକେଟରେ ଝଡ଼ ସୃଷ୍ଟି ହୋଇଛି।

“କୌଣସି ଖବରଦାତା ସମ୍ମିଳନୀ ଆୟୋଜିତ ହେବ ନାହିଁ। ଆମେ ଏହାର ସମାଧାନ କରିବୁ। ଏହାକୁ ବିସିସିଆଇ ଉପରେ ଛାଡ଼ିଦିଅ” ବୋଲି ଗାଙ୍ଗୁଲି ଗୁରୁବାର ସ୍ଥାନୀୟ ଖବରଦାତାଙ୍କୁ କହିଛନ୍ତି।

Share