ନାଁକୁ ସୁପରସ୍ପେଶାଲିଟି ବିଭାଗ, ରୋଗୀ ସେବା…

ଭୁବନେଶ୍ୱର,୧୦।୭(ଅଭିଜିତ ଦାସ): ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ଉନ୍ନତ ରୋଗୀସେବା ପ୍ରଦାନ ସହ ହସ୍ପିଟାଲକୁ ଜାତୀୟ ମାନ୍ୟତା ଦେବାକୁ ପ୍ରୟାସ ଚାଲିଛି। ଇତିମଧ୍ୟରେ ଏଠାରେ ମେଡିକାଲ କଲେଜ ଖୋଲାଯିବା ସହ ରୂପ ବଦଳିବାରେ ଲାଗିଛି। ସେହିପରି ରୋଗୀଙ୍କ ପାଇଁ ସୁପରସ୍ପେଶାଲିଟି ବିଭାଗ ଖୋଲାଯାଇଛି। କିନ୍ତୁ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାରୁ ରୋଗୀଙ୍କୁ ସେପରି ସେବା ମିଳିପାରୁନାହିଁ। ସପ୍ତାହକୁ ମାତ୍ର ୩ଦିନ ଖୋଲା ରହୁଥିବାବେଳେ ରୋଗୀମାନେ ବହୁ ସମୟ ଧରି ଡାକ୍ତରଙ୍କୁ ଅପେକ୍ଷା କରି ଅସନ୍ତୋଷରେ ଫେରୁଥିବା ଦେଖିବାକୁ ମିଳୁଛି।
ହସ୍ପିଟାଲ ପରିସରରେ ଥିବା ଉପଔଷଧ ଭଣ୍ଡାର ନିକଟରେ ନିର୍ମିତ ସ୍ବତନ୍ତ୍ର କୋଠାରେ ଏହି ସୁପର ସ୍ପେଶାଲିଟି ବିଭାଗ ଖୋଲାଯାଇଛି। ଏଠାରେ ବର୍ତ୍ତମାନ ୬ଟି ବିଭାଗ ଏଣ୍ଡୋକ୍ରାଇନୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରି ଓ ପ୍ଲାଷ୍ଟିକ ସର୍ଜରିରେ ସୁପର ସ୍ପେଶାଲିଟି ଚିକିତ୍ସା ଯୋଗାଇ ଦିଆଯାଉଛି। ପୂର୍ବରୁ ୮ଜଣ ଡାକ୍ତର ଥିବାବେଳେ ଏବେ ଏହି ସଂଖ୍ୟା ୧୨କୁ ବୃଦ୍ଧି କରାଯାଇଛି। ହେଲେ ଏହି ସେବା ଲାଗି କଟକ ଡାକ୍ତରଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ପୁଣି ସପ୍ତାହରେ ୩ଦିନ ସେବା ମିଳୁଥିବାରୁ ରୋଗୀଙ୍କ ପ୍ରବଳ ଭିଡ଼ ହେଉଛି। ଟିକେଟ କାଟିବାଠାରୁ ଡାକ୍ତରଙ୍କ ପରାମର୍ଶ ନେବା ପର୍ଯ୍ୟନ୍ତ ସବୁ ସ୍ଥାନରେ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ପୁଣି ଡାକ୍ତର ଅଭାବ ଥିବାରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା ମିଳୁଛି। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ କହିଛନ୍ତି, ସୁପର ସ୍ପେଶାଲିଟି ବିଭାଗରେ ଏବେ ୧୨ଜଣ ଡାକ୍ତର ରହିଛନ୍ତି। ସପ୍ତାହର ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଡାକ୍ତରମାନେ ରୋଗୀ ଦେଖୁଛନ୍ତି। ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲ ମେଡିକାଲ କଲେଜରେ ମଧ୍ୟ ଛାତ୍ରୀଛାତ୍ର ପାଠ ପଢ଼ିବା ସହ ରୋଗୀଙ୍କ ଚିକିତ୍ସା ଉପରେ ଦୃଷ୍ଟି ରଖୁଛନ୍ତି। ଖୁବ୍‌ଶୀଘ୍ର କିଛି ସ୍ବତନ୍ତ୍ର ବିଭାଗରେ ଅଧିକ ସଂଖ୍ୟକ ଡାକ୍ତର ନିଯୁକ୍ତି କରାଯିବାର ପ୍ରସ୍ତାବ ଦିଆଯାଇଥିବା ଡ. ସାହୁ କହିଛନ୍ତି।

ରୋଗ ଯନ୍ତ୍ରଣାଠୁ ବଳିପଡୁଛି ଅପେକ୍ଷା କଷ୍ଟ

କ୍ୟାପିଟାଲ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଥିବା ଆଶାରେ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟ ତଥା ବାହାରୁ ମଧ୍ୟ ରୋଗୀ ଆସୁଛନ୍ତି। ରୋଗୀ ସଂଖ୍ୟା ଅନୁସାରେ ସେପରି ବ୍ୟବସ୍ଥା ରହି ନ ଥିବାରୁ ଆଶାନୁରୂପ ଚିକିତ୍ସା ସେବା ମିଳିପାରୁନାହିଁ। ବିଶେଷକରି ଟିକେଟ କାଉଣ୍ଟର, ମେଡିସିନ ଷ୍ଟୋର୍‌, ଡାକ୍ତର ପରାମର୍ଶ ଓ ପରୀକ୍ଷା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏଥିପାଇଁ ଟିକେଟ କାଉଣ୍ଟରରେ ରାତିରୁ ଲୋକେ ଧାଡ଼ି ଲଗାଉଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ହସ୍ପିଟାଲର ସମ୍ମୁଖ ପାର୍ଶ୍ୱରେ ୫ଟି ମେଡିସିନ କାଉଣ୍ଟର ଥିବାବେଳେ ପଛ ପାର୍ଶ୍ୱରେ ମଧ୍ୟ ୫ଟି କାଉଣ୍ଟର ରହିଛି। ତଥାପି ରୋଗୀମାନେ ଡାକ୍ତରଙ୍କ ସହ ପରାମର୍ଶ ପରେ ଅନେକ ସମୟ ଧରି ମେଡିସିନ ଲାଗି ଅପେକ୍ଷା କରୁଛନ୍ତି। ତେବେ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ କ୍ୟାପିଟାଲ ହସ୍ପିଟାଲକୁ ହଜାର ହଜାର ସଂଖ୍ୟକ ରୋଗୀ ଆସୁଥିବା ବେଳେ କିଛି ମାସ ପୂର୍ବରୁ ଆଉ ଏକ ମେଡିସିନ କାଉଣ୍ଟର ଖୋଲିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ମେଡିସିନ କାଉଣ୍ଟର ନିର୍ମାଣ କାମ ସରିବାକୁ ବସିଲାଣି। ଖୁବ୍‌ଶୀଘ୍ର ନୂଆ କାଉଣ୍ଟର ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri