ପ୍ରେମ ପାଇଁ ହାତରେ ନାହିଁ ସମୟ…

ମୁମ୍ବାଇ: ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ଥିବା ସୃତି ଝାଙ୍କୁ ଶୁକ୍ରବାର ୩୫ବର୍ଷ ପୂରଣ ହୋଇଛି। ୧୯୮୬ ଫେବୃୟାରୀ ୨୬ରେ ସେ ବେଗୁସରାଇଠାରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀର ଭେଙ୍କଟେଶ୍ୱର କଲେଜରୁ ଇଂଲିଶରେ ବିଏ ପାସ୍‌ କରିବା ପରେ ୨୦୦୭ରେ ଧୁମ ମଚାଓ ଧୁମ୍‌ରେ ଅଭିନୟ କରି ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଦିଲ୍‌ ସେ ଦିଲ୍‌ ଦୁଆ, ସୌଭାଗ୍ୟବତୀ ଭବରେ ମଧ୍ୟ ଅଭିନୟ କରିଥିଲେ। ତେବେ ୨୦୧୪ରେ ଏକତା କପୁରଙ୍କ କୁମ୍‌କୁମ୍‌ ଭାଗ୍ୟ ତାଙ୍କ ପାଇଁ ଛୋଟ ପରଦାରେ ବେଶ ପରିଚିତି ଆଣିଦେଇଥିଲା। ସୃତି ଜମାଇ ରାଜା, ଟଶନ-ଇ-ଇଶ୍କ, ନାଚ ବଲିଏ, କୁଣ୍ଡଳୀ ଭାଗ୍ୟ ଆଦିରେ ଅଭିନୟ କରି ଘରେ ଘରେ ପରିଚିତି ହାସଲ କରି ପାରିଛନ୍ତି। ଏବେ ତାଙ୍କ ପ୍ରାଇସ୍‌ ମଧ୍ୟ ବହୁଗୁଣା ବଢ଼ିଥିବା ଛୋଟ ପରଦାରେ ଚର୍ଚ୍ଚା ହେଉଛି। ତାଙ୍କ ହାତରେ ପ୍ରେମ ପାଇଁ ସମୟ ନ ଥିବା ସେ ବହୁଥର ସାକ୍ଷାତ୍‌କାର ସମୟରେ କହି ସାରିଛନ୍ତି।

Share