ନୂଆଁଖାଇ ଭେଟ୍‌ଘାଟକୁ ନା

ଝାରସୁଗୁଡ଼ା,୭ା୮: ଆସନ୍ତା ୨୨ ତାରିଖରେ ଗଣେଶ ପୂଜା ଓ ୨୩ରେ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅଛି। ତେବେ କୋଭିଡ୍‌ ସମୟରେ କିଭଳି ଏହି ପର୍ବ ସବୁ ପାଳନ କରାଯିବ। ଏଥିପାଇଁ ଲୋକେ ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା କରି ରହିଥିଲେ। ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ଗୁରୁବାର ପତ୍ର ସଂଖ୍ୟା ୧୧୬୧୬ରେ ଏହି ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରଶାସନର ନିଷ୍ପତ୍ତି ମୁତାବକ କୌଣସି ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହୋଇ ପାରିବ ନାହିଁ। ସେହିପରି ନୂଆଁଖାଇ ପାଳନ ବେଳେ କୌଣସି ପ୍ରକାର ଭେଟ୍‌ଘାଟ କାର୍ଯ୍ୟକ୍ରମ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଣେଶ ପୂଜା କିମ୍ବା ନୂଆଁ ଖାଇ ପାଳନ ନିଜ ନିଜ ଘରେ କରିପାରିବେ ବୋଲି ସେ ଦର୍ଶାଇଛନ୍ତି।