ସମ୍ପର୍କକୁ ନା, ହେଲେ ଧରା ପକାଇଦେଲା ଜ୍ୟାକେଟ୍‌

ମୁମ୍ବାଇ: ଆଜିକାଲି ସୈଫ୍‌ ଅଲି ଖାନ୍‌ଙ୍କ ପୁଅ ଇବ୍ରାହିମଙ୍କ ସହ ଶ୍ୱେତା ତିଓ୍ବାରୀଙ୍କ ଝିଅ ତଥା ଅଭିନେତ୍ରୀ ପଲକ ତିଓ୍ବାରୀଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ହେଉଛି। ଶନିବାର ଉଭୟ ମୁମ୍ବାଇର ଜୁହୁ ପିଭିଆର ଭିତରକୁ ଯାଉଥିବାର ନଜର ଆସିଥିଲେ। ଉଭୟ ଷ୍ଟାର କିଡ୍‌ ଫିଲ୍ମ ଦେଖିବାକୁ ଆସିଥିଲେ। ତେବେ ପଲକ ଏବଂ ଇବ୍ରାହିମ ଅଲଗା ଅଲଗା କାର୍‌ରେ ସେଠାରେ ପହଞ୍ଚିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେତେବେଳେ ଫିଲ୍ମ ଦେଖିବା ପରେ ଇବ୍ରାହିମ ବାହାରକୁ ଆସିଲେ ତାଙ୍କ ହାତରେ ପଲକଙ୍କ ଜ୍ୟାକେଟ୍‌ ରହିଥିଲା। ଉଭୟ କିନ୍ତୁ ଭିନ୍ନ ଭିନ୍ନ ଗେଟ୍‌ରେ ବାହାରି ଚାଲିଯାଇଥିଲେ।

ଯାହା ଜଣାପଡୁଛି ଉଭୟ ଗଣମାଧ୍ୟମ ଆଖିରୁ ଦୂରେଇ ରହିବାକୁ ଏମିତି ଚେଷ୍ଟା କରିଥିଲେ। ମାତ୍ର ଜ୍ୟାକେଟ୍‌ ଯୋଗୁ ଉଭୟ ଧରା ପଡ଼ିଯାଇଥିଲେ।

ପଲକ ଯେତେବେଳେ ହଲ୍‌ ଭିତରକୁ ପଶିଥିଲେ ସେତେବେଳେ ସେ ଏକ କଳା ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିବା ନଜର ଆସିଥିଲେ। ଫିଲ୍ମ ଶେଷ ପରେ ଯେତେବେଳେ ଇବ୍ରାହିମ ବାହାରକୁ ଆସିଲେ ତାଙ୍କ ହାତରେ ପଲକଙ୍କ କଳା ଜ୍ୟାକେଟ ଦେଖିବାକୁ ମିଳିଥିଲା।

କିନ୍ତୁ ରିଲେସନଶିପ୍‌କୁ ନେଇ ଯେବେ ବି ଉଭୟଙ୍କୁ ପ୍ରଶ୍ନ ପଚାରାଯାଏ କୁହନ୍ତି, ଆମେ ଦୁହେଁ ଭଲ ବନ୍ଧୁ।

Share