ବାହାନଗା ବଜାର ଷ୍ଟେଶନରେ ଅଟକିବନି କୌଣସି ଟ୍ରେନ, ସିବିଆଇ କଲା ସିଲ, ଲଗ ବୁକ୍‌-ରିଲେ ପ୍ୟାନେଲ ଜବତ…

ବାହାନଗା,୧୦।୬ : ଓଡିଶାର ବାଲେଶ୍ୱର ଜିଲାର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ଏବେ ଲଗ ବୁକ, ରିଲେ ପ୍ୟାନେଲ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରିବା ପରେ ଷ୍ଟେଶନକୁ ସିଲ କରିଛି। ଫଳରେ ଏଣିକି ବାହାନଗା ବଜାର ଷ୍ଟେଶନରେ କୌଣସି ଟ୍ରେନ ଆଉ ଅଟକିବ ନାହିଁ।

ଦକ୍ଷିଣ ପୂର୍ବ ରେଳ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧରୀ ଗଣମାଧ୍ୟମକୁ କହିଛନ୍ତି ଲଗ ବୁକ, ରିଲେ ପ୍ୟାନେଲ ଏବଂ ଅନ୍ୟାନ୍ୟ ଉପକରଣ ଜବତ କରାଯିବା ପରେ ସିବିଆଇ ଷ୍ଟେଶନକୁ ସିଲ କରିଛି।
ରିଲେ ଇଣ୍ଟରଲକିଂ ପ୍ୟାନେଲକୁ ସିଲ କରାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ଜାରି ନହେବା ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ ବାହାନଗା ବଜାରରେ ଅଟକି ରହିବାକୁ ଅନୁମତି ନାହିଁ।

ପ୍ରତିଦିନ ୧୭୦ ଟି ଟ୍ରେନ ବାହାନଗା ବଜାର ଷ୍ଟେଶନ ଦେଇ ଯାଇଥାଏ। କିନ୍ତୁ କେବଳ ଭଦ୍ରକ-ବାଲେଶ୍ୱର ମେମୁ, ହାଓ୍ବାଡା ଭଦ୍ରକ ବାଘାଜତିନ ଫାଷ୍ଟ ପାସେଞ୍ଜର, ଖଡ଼ଗପୁର ଖୋର୍ଦ୍ଧା ରୋଡ ଫାଷ୍ଟ ପାସେଞ୍ଜର ଭଳି ଟ୍ରେନ ଏଠାରେ ଅଟକି ରହିଥାଏ ।

Share