କେନ୍ଦୁପତ୍ର ବିକ୍ରି ପାଇଁ ଟ୍ରାନଜିଟ୍‌ ପରମିଟ ମିଳୁନି

ଜୁନାଗଡ଼,୨୮।୬(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ପଞ୍ଚାୟତ ଓ ଆଟିଗାଁ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗତ ଏପ୍ରିଲ ମାସରେ ନିକଟସ୍ଥ କେଲିଆ ସଂରକ୍ଷିତ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିଥିଲେ। ହେଲେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଟ୍ରାନଜିଟ ପରମିଟ ମିଳୁ ନ ଥିବାରୁ କେନ୍ଦୁପତ୍ରକୁ ବିକ୍ରି କରି ପାରୁନାହାନ୍ତି। ଫଳରେ ସଂଗ୍ରହ କରାଯାଇଥିବା କେନ୍ଦୁପତ୍ର ଆସ୍ତେ ଆସ୍ତେ ନଷ୍ଟ ହେବାକୁ ବସିଛି। ଏହାକୁ ନେଇ କେନ୍ଦୁପତ୍ର ସଂଗ୍ରହକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ଓ ଆଟିଗାଁ ପଞ୍ଚାୟତ ମଧ୍ୟରେ କେଲିଆ ସଂରକ୍ଷିତ ଜଙ୍ଗଲ ରହିଛି। ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜଙ୍ଗଲ ସୀମା ମଧ୍ୟରେ ରହୁଥିବା ଜନଜାତି କିମ୍ବା ପାରମ୍ପରିକ ଜଙ୍ଗଲ ବାସିନ୍ଦାଙ୍କୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଅନୁମତି ଦିଆଯାଇଛି। ସେହି ଅନୁସାରେ କଳିଆକୁଣ୍ଡଲ ପଞ୍ଚାୟତ କେଲିଆ, ମୁଣ୍ଡିଗୁଡା ଓ ଆଟିଗାଁ ଗ୍ରାମବାସୀ ସ୍ଥାନୀୟ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ନିଜ ନିଜ ଗାଁରେ ଗ୍ରାମସଭା ଡାକିଥିଲେ। ଏହାପରେ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଏକ କମିଟି ଗଠନ ହୋଇଥିଲା। ଏହି କମିଟି ଅନୁଯାୟୀ ୫୦ ଜଣ ମହିଳା,ପୁରୁଷ ଗତ ଏପ୍ରିଲ ଶେଷରୁ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥାନୀୟ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିଥିଲେ। ପରେ କେନ୍ଦୁପତ୍ରକୁ ଶୁଖାଇ ବିଡା ବାନ୍ଧି କେଲିଆ ଗ୍ରାମର ୨ଟି ଘରେ ଗଚ୍ଛିତ ରଖିଥିଲେ। ସେହି କେନ୍ଦୁପତ୍ରକୁ ସରକାର କିଣିବେ ବୋଲି ସେମାନେ ଆଶା ରଖିଥିବାବେଳେ ତାଙ୍କ ଆଶା ଏବେ ଆଶାରେ ରହିଯାଇଛି। କାରଣ ତାଙ୍କ ପାଖରେ ଟ୍ରାନଜିଟ୍‌ ପରମିଟ ନ ଥିବାରୁ ଏବେ ସେମାନେ କେନ୍ଦୁପତ୍ରକୁ ବିକ୍ରି କରିପାରୁନାହାନ୍ତି। ଏ ନେଇ ସେମାନେ ଜିଲା ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର),କଳାହାଣ୍ଡି ଜିଲାପାଳ, ଜୁନାଗଡ଼ ବିଧାୟକ ତଥା ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପିସିସିଏଫ୍‌, ବିଭାଗୀୟ ସଚିବ,ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହାପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରା ନ ଗଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମେ ଧାରଣା ଦେବୁ। ଜଙ୍ଗଲରୁ ସଂଗ୍ରହ କରିଥିବା କେନ୍ଦୁପତ୍ରକୁ ସେଠାରେ ପୋଡିଦେବାକୁ ବାଧ୍ୟ ହେବୁ ବୋଲି ସଂଗ୍ରହକାରୀମାନେ ଲିଖିତ ଭାବେ ଚେତାବନୀ ଦେଇଛନ୍ତି। ଏ ନେଇ ଜିଲା ବନ ଖଣ୍ଡ ଅଧିକାରୀ(କେନ୍ଦୁପତ୍ର) ମଳୟ ଦାଶଙ୍କୁ ପଚାରିବାରୁ ଟ୍ରାନଜିଟ ପରମିଟ ଦେବାକୁ ମୋ ପାଖରେ କ୍ଷମତା ନାହିଁ କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ତେବେ ଟ୍ରାନଜିଟ୍‌ ପରମିଟ୍‌ କିଏ ପ୍ରଦାନ କରିବ ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ। ଯାହାକୁ ନେଇ କେନ୍ଦୁପତ୍ର ସଂଗ୍ରହକାରୀଙ୍କ ଚିନ୍ତା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍‌

ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ...

ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ

ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ନିର୍ମାଣ କାର୍ଯ୍ୟରେ ଅନିୟମିତତା: କାନ୍ଥ ତଡ଼ାରେ ସୂଚନା ଫଳକ ଥୋଇ ଭୁଲିଗଲେ ବ୍ଲକ ପ୍ରଶାସନ

ଥୁଆମୂଳ ରାମପୁର,୨୨।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ସରିବାକୁ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ବାଇକ୍‌ ଦୁର୍ଘଟଣା, ଛାତ୍ରଙ୍କ ମୃତ୍ୟୁ

କୋକସରା,୨୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମରୁ କୋକସରାକୁ ବାଇକ୍‌ରେ ଆସୁଥିବା ବେଳେ କେନାଲ ଛକ ନିକଟରେ ଦୁର୍ଘଟଣା...

କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ: ଥଣ୍ଡା ବଦଳରେ ବାହାରୁଛି ଗରମ ପାଣି

ଥୁଆମୂଳ ରାମପୁର,୨୧।୪(ଦୁର୍ଗା କୀର୍ତ୍ତି): ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମସନ୍ତୋଷ। ହେଲେ...

କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ଭାଙ୍ଗିଲା ଘର

ଲାଞ୍ଜିଗଡ଼,୨୦ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଗଛ ପଡି ଦୁଇଟି ଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image