ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ ଦେଲେ। ହେଲେ ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ନର୍ସ କିମ୍ବା କାହାରି ଦେଖା ମିଳିଲାନି। ମା’ବାପା ଆକୁଳବିକଳ ହୋଇ ଚାହିଁ ରହିଥିବା ବେଳେ ଶେଷରେ ଚିକିତ୍ସା ନ ପାଇ ମା’ କୋଳରେ ଆଖିବୁଜିଦେଲା ଶିଶୁକନ୍ୟା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ମେଡିକାଲରେ। ମୃତଶିଶୁକୁ ଧରି ଉଭୟ ମା’ବାପା ଗୁରୁବାର ଉଦଳା ମେଡିକାଲ ସମ୍ମୁଖରେ ଧାରଣାରେ ବସିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୟ କୁମାର ଦାସ ଉଦଳା ମେଡିକାଲରେ ପହଞ୍ଚି ବୁଝାଶୁଝା କରିବା ପରେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ମୃତ ଶିଶୁଙ୍କ ପରିବାର ଲୋକେ ଧାରଣାରୁ ଉଠିଥିଲେ।
କପ୍ତିପଦା ଥାନା ଦେୱାନବାହାଳୀ ଗ୍ରାମର ମଧୁସୂଦନ ରାଉତଙ୍କ ୫ ମାସର ଶିଶୁ କନ୍ୟାଙ୍କୁ ଜ୍ୱର ହୋଇଥିଲା। ସେ ଉଦଳାରେ ଡାକ୍ତର ଦେଖାଇ ଚିକିତ୍ସିତ ହୋଇଥିଲେ। ବୁଧବାର ମଧୁସୂଦନଙ୍କ ଝିଅ ଘରେ ଥିବା ବେଳେ ଗ୍ରାମର ଆଶା କର୍ମୀ ଆସି ତାଙ୍କୁ ଟିକା ଦେଇଥିଲେ। ଟିକା ନେବାର ୧୨ ଘଣ୍ଟା ପରେ ହଠାତ୍‌ ଶିଶୁଟି ଅସୁସ୍ଥ ହୋଇପଡିଥିଲା। ଧୀରେ ଧୀରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ମଧୁସୂଦନ ଏବଂ ତାଙ୍କ ସ୍ତ୍ରୀ ବିଳମ୍ବିତ ରାତିରେ ଝିଅକୁ ଧରି ଉଦଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ। ମେଡିକାଲରେ ପହଞ୍ଚି ଆଉଟଡୋରରେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ତାଙ୍କୁ ଶିଶୁ ୱାର୍ଡକୁ ଯିବାକୁ କହିଥିଲେ। ମା’ବାପା ପହଞ୍ଚିଥିଲେ ଶିଶୁ ୱାର୍ଡରେ। ହେଲେ ସେଠାରେ ଅଧ ଘଣ୍ଟା ପର୍ଯ୍ୟନ୍ତ କୌଣସି ନର୍ସ କିମ୍ବା କାହାରି ଦେଖା ପାଇ ନ ଥିଲେ। ଶେଷରେ ନର୍ସ ଆସି ଦେଖିବା ବେଳକୁ ଶିଶୁ କନ୍ୟାର ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ।
ଡାକ୍ତରଖାନାରେ ଠିକ ସମୟରେ ନର୍ସମାନେ ଚିକିତ୍ସା ନ କରିବାରୁ ତାଙ୍କ ଝିଅର ଜୀବନ ଯାଇଥିବା ଅଭିଯୋଗ କରି ଗୁରୁବାର ସକାଳୁ ମଧୁସୂଦନ ଏବଂ ତାଙ୍କ ସ୍ତ୍ରୀ ମୃତ ୫ ମାସର ଶିଶୁକନ୍ୟାର ମୃତଦେହକୁ ଧରି ଉଦଳା ମେଡିକାଲ ସମ୍ମୁଖରେ ଧାରଣାରେ ବସିଥିଲେ। ଖବରପାଇ ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ଡା. ଲକ୍ଷ୍ମୀକାନ୍ତ ପତି ଘଟଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କୁ ବୁଝାଶୁଝା କରିଥିଲେ। ପରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀକାନ୍ତ ପତି କହିଛନ୍ତି ଆସିଥିବା ଅଭିଯୋଗ ସାଙ୍ଘାତିକ ତେଣୁ ଏହାର ତଦନ୍ତ କରଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri