ଇମ୍ରାନଙ୍କୁ ମିଳିଲା ୭୨ ଘଣ୍ଟା: ନ୍ୟାଶନାଲ ଆସେମ୍ଲି ୩ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ

ଇସଲାମାବାଦ,୩୧ ।୩: ପାକିସ୍ତାନର ଅବସ୍ଥା ବେଳକୁ ବେଳ ବଦଳିବାରେ ଲାଗିଛି । ପାକିସ୍ତାନ ଆସେମ୍ଲିର ଡେପୁଟି ସ୍ପିକର ସଂସଦରେ ଭୋଟିଂ ପୂର୍ବରୁ ୩ ଏପ୍ରିଲ ସକାଳ ୧୧ଟା ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଭୋଟିଂ ୩ ଏପ୍ରିଲରେ ହେବ । ଗୁରୁବାର ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ହେବାର ଥିଲା । ଏବେ ପ୍ରଧାନମନ୍ତ୍ରି ଇମ୍ରାନ ଖାଁଙ୍କୁ ୭୨ ଘଣ୍ଟା ସମୟ ମିଳିଯାଇଛି । ସଂସଦ ସ୍ଥଗିତ ହେବା ପରେ ବିରାଧି ସଂସଦରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ପିଏମଏଲ(ଏନ୍‌) ନେତା ଶହବାଜ ଶରିଫ ଇମ୍ରାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରେ ରହିବାର କୌଣସି ଅଧିକାର ନାହିଁ । ଆମ ପାଖରେ ବହୁମତ ରହିଛି, ଆମକୁ ସୁଯୋଗ ଦିଆଯାଉ । ଇମ୍ରାନ ନିଚ ସ୍ତରର ରାଜନୀତି କରୁଛନ୍ତି । ଭାରତର ନାଁ ନେଇ ମିଛ କହୁଛନ୍ତି । ସମ୍ବିଧାନର ଧଜିଆ ଉଡାଯାଇଛି । ସ୍ପିକର ବି ସମ୍ବିଧାନର ଉଲ୍ଲଂଘନ କରିଛନ୍ତି ବୋଲି ଶରିଫ କହିଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଇମ୍ରାନ ବିରୋଧିଙ୍କୁ ଅଫର ଦେଇଥିଲେ । ସେ କହିଥିଲେ ଅବିଶ୍ୱାସ ପ୍ରସ୍ତାବକୁ ଫେରାଇ ନିଅନ୍ତୁ ଓ ସଂସଦ ଭାଙ୍ଗି ଦିଅନ୍ତୁ । ହେଲେ ବିରୋଧି ଏହି ଅଫରକୁ ଗ୍ରହଣ କରି ନ ଥିଲେ ।

Share