Categories: ଜାତୀୟ

ନିଜ ବିଫଳତା ପାଇଁ କେନ୍ଦ୍ର ଉପରେ ଦୋଷ ଲଦୁଛି ମହାରାଷ୍ଟ୍ର ସରକାର

ନୂଆଦିଲ୍ଲୀ, ୭ା୪ : ଆଗାମୀ ୩ ଦିନ ମଧ୍ୟରେ ଟିକା ଯୋଗାଇ ଦିଆ ନ ଗଲେ ମହାରାଷ୍ଟ୍ରରେ ଦେଖାଦେଇପାରେ ଅଭାବ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ତୋପଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ।

ନିଜ ବିଫଳତାକୁ ଲୁଚାଇବା ପାଇଁ ହୀନ ରାଜନୀତି କରୁଛନ୍ତି କିଛି ରାଜ୍ୟ ସରକାର। ଲୋକଙ୍କୁ ଭୟଭୀତ କରିବାକୁ ପଛାଉ ନାହାନ୍ତି। ମହାରାଷ୍ଟ୍ର ସରକାରଙ୍କ ଦାୟିତ୍ୱହୀନ ମନୋଭାବ ମହାମାରୀକୁ ହରାଇବା ପାଇଁ ପୂରା ଦେଶ କରୁଥିବା ଉଦ୍ୟମକୁ ଦୃବଳ କରୁଛି। ରାଜନୀତି ଖେଳ ସହଜ ହୋଇପାରେ। କିନ୍ତୁ ଶାସନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ହେଉଛି ପ୍ରକୃତ ପରୀକ୍ଷା। ରାଜ୍ୟରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କୋଭିଡ୍‌ ସଂକ୍ରମଣ। ଆଉ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ମହାରାଷ୍ଟ୍ର ସରକାର। ଏହାକୁ ଲୁଚାଇବା ପାଇଁ ଟିକା ଅଭାବ ଭଳି ମିଛ ଦାବି କରାଯାଉଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ।

ରାଜ୍ୟରେ କୋଭିଡ୍‌ ଟିକା ଶେଷ ହୋଇ ଆସୁଛି। ଆସନ୍ତା ୩ ଦିନ ମଧ୍ୟରେ ଶେଷ ହୋଇଯିବ ବିଭିନ୍ନ କେନ୍ଦ୍ରରେ ଉପଲବ୍ଧ ଥିବା କୋଭିଡ୍‌ ଟିକା। ଏଣୁ ତୁରନ୍ତ ଟିକା ପଠାଅ। ନହେଲେ ମୁମ୍ବାଇ ଭଳି ସହରରେ ଟିକା କେନ୍ଦ୍ରକୁ ବନ୍ଦ କରିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ତୋପ ବୁଧବାର ସକାଳେ କହିଥିଲେ।

Share