ଶ୍ରୀନଗର,୧୯।୪: ଜମ୍ମୁ-କଶ୍ମୀର ଶ୍ରୀନଗରରେ ୨୦୧୯ ଲୋକ ସଭା ନିର୍ବାଚନକୁ ବର୍ଜନ କରିବାକୁ ପୂର୍ବରୁ ସୂଚନା ମିଳୁଥିଲା। ତେବେ ଗୁରୁବାର ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଶ୍ରୀନଗରର ପ୍ରାୟ ୯୦ଟି ମତଦାନ କେନ୍ଦ୍ରରେ କେହି ଜଣେ ହେଲେ ଭୋଟର ଭୋଟ ଦେବାକୁ ଆସି ନ ଥିବା ଜଣାପଡିଛି। ଶ୍ରୀନଗର ଲୋକ ସଭା ଆସନ ମଧ୍ୟରେ ୮ଟି ବିଧାନସଭା ଆସନ ମଧ୍ୟ ଆସୁଛି। ଇଦଗାହ,ଖନୟାର, ହଓ୍ବା କଦଲ ଓ ବଟମାଲୁ ଅଞ୍ଚଳରେ ଥିବା ଉକ୍ତ ୯୦ଟି ମତଦାନ କେନ୍ଦ୍ରରେ କେହି ଭୋଟ ଦେଇ ନ ଥିବା ସୂଚନା ମିଳିଛି।