Categories: ଜାତୀୟ

‘ ଭାଜପା ପାଇଁ ଭୋଟ ନାହିଁ ’ ପୋଷ୍ଟର

କୋଲକାତା,୧୬।୩ : ଭାଜପା-ତୃଣମୂଳ କଂଗ୍ରେସ ମଧ୍ୟରେ ପଶ୍ଚିମବଙ୍ଗ ହାତେଇବା ପାଇଁ ଚାଲିଥିବା ଯୁଦ୍ଧ ଏବେ ପହଞ୍ଚିଛି କୋଲକାତାର ଆଇକ୍‌ନିକ କଫି ହାଉସରେ। କଲେଜ ଷ୍ଟ୍ରିଟ୍‌ରେ ଥିବା କଫି ହାଉସର ପ୍ରଥମ ଫ୍ଲୋରରେ ଲାଗିଥଲା ଭାଜପା ବିରୋଧୀ ପୋଷ୍ଟର, ଯେଉଁଥିରେ ‘ଭାଜପା ପାଇଁ ଭୋଟ ନାହିଁ’ ବୋଲି ଉଲ୍ଲେଖ ଥିଲା। ଏହି ପୋଷ୍ଟରକୁ ସୋମବାର ଅପରାହ୍ନରେ ଚିରି ଦେଇଛନ୍ତି ଭାଜପା ପ୍ରବକ୍ତା ତେଜିନ୍ଦର ସିଂ ବାଗାଙ୍କ ନେତୃତ୍ୱରେ ସାଫ୍ରୋନ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ସମର୍ଥନକାରୀମାନେ। ଏହି ଘଟଣାର କିଛି ଫଟୋ ଓ ଭିଡିଓ ଶେୟାର କରିଛନ୍ତି ବାଗା।

ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଚଳାଇଛି ‘ଭାଜପା ପାଇଁ ଭୋଟ ନାହିଁ’ ଅଭିଯାନ। ସେମାନେ ୧୦ ତାରିଖରେ ଏକ ବଡ଼ ରାଲି ଆୟୋଜନ କରିଥିଲେ ଓ ଗାଁ ଗାଁ ବୁଲି ଭାଜପା ବିରୋଧରେ ପ୍ରଚାର କରୁଛନ୍ତି। ଘଟଣାବେଳେ କଫି ହାଉସ ଭିତରେ ଉପସ୍ଥିତ ଥିଲେ ଉକ୍ତ ଗୋଷ୍ଠୀର କର୍ମୀମାନେ। ଏଣୁ କିଛି ସମୟ ପାଇଁ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

Share