ପାଣି ନାହିଁ: କ୍ଷେତ ଚରାଭୂଇଁରେ ପରିଣତ

ରାଜନଗର,୨୭।୭(ଭାସ୍କର ରାଉତରାୟ)ଶ୍ରାବଣରେ ଯେଉଁ ଚାଷଜମିରେ ଧାନଗଛ ଲହରି ମାରିବା କଥା, ସେହି ଜମି ଏବେ ବେଣା ଓ ଘାସବୁଦାମାନ ଶୋଭା ପାଉଛି। ଶ୍ରାବଣ ମାସରେ ଚାଷଜମି ଏବେ ଗୋଚର ଭୂଇଁରେ ପରିଣତ ହେବାକୁ ଯାଉଛି। ଶୁଖିଲା ପଡିଥିବା କ୍ଷେତରେ ଗୋରୁମାନେ ଚରୁଛନ୍ତି। ଚାଷୀକୂଳ ଏବେ ହା ହୁତାଶରେ ଦିନ ଗୁଣଛନ୍ତି। ଚଳିତବର୍ଷ ରାଜନଗର ବ୍ଲକରେ ୧୮ ହଜାର ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ଚାଷୀମାନେ ଏକ ହଜାର ୩୫ ହେକ୍ଟର ଜମିରେ ବତୁରି ତଳା ରଜ ପରେ ପରେ ବୁଣିଥିଲେ। ସେ ସବୁ ତଳି ଗୁଡ଼ିକ ଏବେ ହଳଦିଆ ପଡ଼ି ପତ୍ର ଗୁଡିକ ମୋଡ଼ି ହୋଇ ପଡ଼ିଛି। ଶ୍ରାବଣରେ ଆଶା ଜନକ ବର୍ଷା ହୋଇଥିଲେ ଚାଷୀ ଆଛରା ତଳି ପକାଇ ତତ୍‌କାଳ ଜମି ଗୁଡିକରେ ରୁଆ ବେଉଷଣ କରିଥାନ୍ତେ। କିନ୍ତୁ ନିଅଁଟିଆ ବର୍ଷା ଯୋଗୁଁ ଚାଷୀମାନେ ଆକାଶକୁ ଚାହିଁ ବସିଛନ୍ତି। ଏହା ଭିତରେ କେବଳ ଶ୍ରାବଣରେ ୨ ଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲେ ବି ମେଘୁଆ ଆକାଶରେ ବର୍ଷା ଉଭାନ ହେଉଥିବାରୁ ଚାଷୀମାନେ ନାନାଦି ଆଶଙ୍କା ଭିତରେ ଦିନ ଗଣୁଛନ୍ତି। ଜୁନ୍‌ ୧୦ ତାରିଖରେ ମୌସୁମୀ ଆଗମନ ଖବର ଏବଂ ଏ ବର୍ଷ ପାଞ୍ଜିକାରମାନଙ୍କ ଗଣନାରେ ୧୦୦ଦିନ ପାଳକ ଲେଖାଥିବା ବେଳେ ପ୍ରକୃତି କୃର ହେବାରେ ଲାଗିଛି।
ଅବିଭକ୍ତ କଟକ ଜିଲା ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର-ପଟ୍ଟାମୁଣ୍ଡାଇ ବ୍ଲକ ଏକଦା ଭାତହାଣ୍ଡି ଭାବରେ ସୁଖ୍ୟାତି ଅର୍ଜନ କରିଥିଲା। ବ୍ରିଟିସ ଅମଳରୁ ଏଠିକାର ୮୦ ଭାଗ ଲୋକ ଚାଷ ଉପରେ ହିଁ ଆତ୍ମନିର୍ଭଶୀଳ। ଅଣ ଜଳସେଚିତ ଅଞ୍ଚଳ ହୋଇଥିବାରୁ ବର୍ଷକରେ ମାତ୍ର ଖରିଫ ଧାନ ଚାଷ ଏଠିକାର ଜୀବନର ମାନଦଣ୍ଡ। ଦୀର୍ଘ ୨ ଦଶନ୍ଧି ଧରି ବଙ୍ଗୋପସାଗରରୁ ସୃଷ୍ଟି ଛୋଟ ବଡ଼ ବାତ୍ୟା ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଲାଣି। ତଥାପି ପ୍ରକୃତିର ତାଡନାକୁ ସହ୍ୟ କରି ଅଣ୍ଟା ସଳଖି ଚାଷୀ ଚାଷ ପାଇଁ ଧାର କରଜ, କୃଷି ଋଣ ଆଦିକୁ ପାଥେୟ କରି ଚାଷ କରୁଛନ୍ତି। କିନ୍ତୁ ଜଳବାୟୁର ପରିବର୍ତ୍ତନ ଚାଷ ଉପରେ ଗୁରୁତର ପ୍ରଭାବ ପକାଇଛି। ଚାଷ ବିଳମ୍ବ ହେଉଥିବାରୁ ଏଠାକାର ବହୁ ଚାଷୀ ପରିବାର ପ୍ରତି ପୋଷଣ ପାଇଁ ଗୁପ୍ତି, ସାତଭାୟା, ତାଳଚୁଆ, ରାଜନଗରଠାରୁ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ମାଳ ମାଳ ବସ୍‌ ଯୋଗେ ବାଧ୍ୟ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ୩ ଦଶନ୍ଧି ତଳେ ଭୂତଳ ଜଳ ଜଳାଭାବ ସମୟରେ ଚାଷ କାର୍ଯ୍ୟରେ ଲାଗୁଥିଲା। ତାହା ଏହି ବ୍ଲକରେ ସାତସପନ ହୋଇଯାଇଛି। ନଈ କୂଳିଆ ଲୋକେ ଶେଣା, ଯନ୍ତ ଓ କିମ୍ବା ପମ୍ପସେଟ ସାହାଯ୍ୟରେ ପାଣି ମଡାଇ ଚାଷ କାର୍ଯ୍ୟକୁ ଆଗେଇ ନିଅନ୍ତେ, ମାତ୍ର ନଈ ପାଣି ମିଠା ବଦଳରେ ଲୁଣା ଯୋଗୁ ତାହା ଚାଷ ପାଇଁ ଅନୁପଯୁକ୍ତ। ଯେଉଁଆଡ଼େ ଚାହିଁବ ଚାଷୀ ଶ୍ରାବଣରେ ଧାନ ରୁଆ ବେଉଷଣରେ ନିମଗ୍ନ ରହିବା ବଦଳରେ ହାତ ଜାକି ଘରେ ବସିଛନ୍ତି। ଏବେ ଗୋରୁ, ମଇଁଷି ଚାଷ ଜମିରେ ରାଜ କରୁଛନ୍ତି। ଅପରପକ୍ଷରେ ସରକାର କାଳିଆ, ବଳିଆ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସ୍ଲୋଗାନରେ ଚାଷୀଙ୍କ ଉକତ୍ଣ୍ଠାକୁ ବଢ଼ାଇ ଦେଇଥିବା ବେଳେ ପ୍ରକୃତି ଚାଷୀଙ୍କ ଆଶା ଓ ଭରସାକୁ ନିଅଁଟିଆ ବର୍ଷା ଦ୍ୱାରା କୁଠାରଘାତ କରି ଚାଲିଛି। ଏ ବର୍ଷ ଚାଷ ହେବ ନଁା ମରୁଡିର ପଦଧ୍ୱନୀ ଦେଖିବାକୁ ମିଳିବ, ଏହା କେବଳ ସମୟ ହିଁ କହିବ। ରାଜନଗରର ବଡ଼ ଚାଷୀ ରବୀନ୍ଦ୍ର ନାୟକ, ବେଲପାଳର ଧ୍ରୁବ ସ୍ବାଇଁ ପ୍ରମୁଖ କହିଛନ୍ତି, ଦୀର୍ଘ କେତେବର୍ଷ ହେବ, ବିଳମ୍ବରେ ବର୍ଷା ହେଲେ ବି ଭଲ ମନ୍ଦରେ ଚାଷୀ ବିଲରେ ବୁଦା ମାରେ। ଠିକ୍‌ ଧାନ ଅମଳ ସମୟରେ ଅଦିନିଆ ବର୍ଷା ତାଣ୍ଡବ ସାଜେ, ତଥାପି ଦୁଃଖ କଷ୍ଟେ ଧାନ ଗଣ୍ଡା ଅମଳ କରୁ। ଆଉ କେଇଟା ଦିନ ପରେ ଶ୍ରାବଣ ସରିବ, ତଳି ବି ପଡ଼ି ପାରୁନି। ଭାଗ୍ୟକୁ ଆଦରି ପଡ଼ି ରହିବା ଛଡ଼ା ଆଉ ଉପାୟ କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri