କାମ ହୋଇନି, ୬ ପ୍ରକଳ୍ପ ନାଁରେ ୧୦ ଲକ୍ଷ ହଡ଼ପ

ରାଜନଗର, ୨୬ା୯ (ଭାସ୍କର ରାଉତରାୟ): ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତଗୁଡ଼ିକର ଉନ୍ନତି ଓ ବିକାଶ ପାଇଁ କ୍ଷମତା ଅର୍ପଣ କରାଯାଇଛି। କରୋନା ମହାମାରୀ ସମୟରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ଅର୍ପଣ କରାଗଲା। ମାତ୍ର ଜିଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି ଏପରିକି ଅଞ୍ଚଳବାସୀଙ୍କୁ ଅନ୍ଧାରରେ ରଖି ସରକାରୀ ଟଙ୍କା ଲୁଟି ନିଆଯାଇଛି। ଏହି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ କ୍ଷେତ୍ରରେ। ପଞ୍ଚାୟତରେ ଫାଇଲ ଖୋଲିଲେ ୱାର୍ଡ ସଭ୍ୟଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାଏ ଜାଣିବାର ସମ୍ଭାବନା ଥିବାରୁ ସେମାନଙ୍କ ଅଗୋଚରରେ ବ୍ଲକ କାର୍ଯ୍ୟାଳୟରେ ଫାଇଲ ଖୋଲି ସରକାରୀ ଟଙ୍କା ଲୁଟି ନିଆଯାଇଥିବା ଗୁରୁତର ଅଭିଯୋଗ ହୋଇଛି। ଗୋଟିଏ କି ଦୁଇଟି ନୁହେଁ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାସ୍ତାପାର୍ଶ୍ୱ ମାଟି ଫିଲିଂ ଲାଗି ୬ ପ୍ରକଳ୍ପ ନାଁରେ ଫାଇଲ ଖୋଲି ୧୦ ଲକ୍ଷ ଟଙ୍କା ଲୁଟି ନିଆଯାଇଥିବା ଗୁରୁତର ଅଭିଯୋଗ ହୋଇଛି।
କୋଲଇିପୁର ପଞ୍ଚାୟତରେ ୬ଟି ପ୍ରକଳ୍ପ ନିମନ୍ତେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାଇଲ ଖୋଲାଯାଇଛି। ଗ୍ରାମସଭାରେ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଗୃହୀତ ହେବା ପରେ ପଞ୍ଚାୟତ ପରିବର୍ତ୍ତେ ବ୍ଲକ କାର୍ଯ୍ୟାଳୟରେ ଏହି ସମସ୍ତ ଫାଇଲ ଖୋଲାଯାଇଛି। ୨୦୨୨ ଜୁଲାଇ ୨୨ରେ ଗୋଟିଏ ଦିନରେ ଏହି ସମସ୍ତ ଫାଇଲ ଖୋଲାଯାଇଛି। ଏହି ପଞ୍ଚାୟତର ବଡ଼ପଲ୍ଲୀ ଗାଁର ପ୍ରାଥମିକବିଦ୍ୟାଳୟଠାରୁ ସବ୍‌ଷ୍ଟେଶନ ସ୍କୋୟାର ରାସ୍ତାର ଦୁଇପାର୍ଶ୍ୱରେ ମାଟି ଫିଲିଂ କାମ ୨୦୨୩ ମେ ୩୦ରେ ଆରମ୍ଭ ହୋଇ ୧୨ଜୁନ ଯାଏ କାମ ହୋଇଥିବା ଦର୍ଶାଇ ୪୫୦ ଶ୍ରମିକଙ୍କ ନାଁରେ ୧ ଲକ୍ଷ ୬ ହଜାର ୬୫୦ ଟଙ୍କା, କାଙ୍କଦିଆ ଗାଁର ଶେଷମୁଣ୍ଡଠାରୁ ସାଲାଇନ ଏମ୍ବ୍ରାକମେଣ୍ଟ ଯାଏ ରାସ୍ତାର ଦୁଇ ପାର୍ଶ୍ୱରେ ମାଟି ଫିଲିଂ କାମ ୨୦୨୨ ନଭେମ୍ବର ୨୨ରୁ ଆରମ୍ଭ ହୋଇ ଡିସେମ୍ବର ଯାଏ ହୋଇଥିବା ଦର୍ଶାଇ ୪୭୩ ଜଣ ଶ୍ରମିକଙ୍କ ନାଁରେ ୧ ଲକ୍ଷ ୫ ହଜାର ୬ ଟଙ୍କା, ବରୁଣିପଲ୍ଲୀ ଗାଁର ଗୋଜବାୟାଣୀ ପୀଠଠାରୁ ଶ୍ରୀଧର ବେଜ ଘର ଯାଏ ରାସ୍ତାର ଦୁଇପାର୍ଶ୍ୱରେ ମାଟି ଫିଲିଂ ଦର୍ଶାଇ ୨୦୨୨ ନଭେମ୍ବର ୨୪ରୁ ଡିସେମ୍ବର ୭ ପର୍ଯ୍ୟନ୍ତ ୪୮୦ ଶ୍ରମିକଙ୍କ ନାଁରେ ୧ ଲକ୍ଷ ୬ ହଜାର ୫୬୦ ଟଙ୍କା, ବଡ଼ପଲ୍ଲୀସ୍ଥିତ ଚଞ୍ଚଳା ଷ୍ଟାଡିୟମର ସାଇଡରେ ମାଟି ଫିଲିଂ ଦର୍ଶାଇ ୨୦୨୨ ନଭେମ୍ବର ୨୪ରୁ ୨୦୨୩ ମାର୍ଚ୍ଚ ୨୫ ମଧ୍ୟରେ ୮୮୫ ଶ୍ରମିକଙ୍କ ନାଁରେ ୧ ଲକ୍ଷ ୯୬ ହଜାର ୪୭୦ ଟଙ୍କା, ତେତେଲେଙ୍ଗା ଗାଁର ପ୍ରଫୁଲ୍ଲ ଦାସ ଘରଠାରୁ ଶ୍ମଶାନ ଘର ଯାଏ ରାସ୍ତାର ଦୁଇପାର୍ଶ୍ୱରେ ମାଟି ଫିଲିଂ ନାଁରେ ୨୦୨୩ ମେ ୩୦ରୁ ଜୁନ୍‌ ୧୨ ମଧ୍ୟରେ ୪୫୬ଜଣ ଶ୍ରମିକ କାମ କରିବା ଦର୍ଶାଇ ୧ ଲକ୍ଷ ୮ ହଜାର ୭୨ ଟଙ୍କା, ବଡପଲ୍ଲୀ ହରଗୌରୀ ମାର୍କେଟ ନିକଟ ଏସ୍‌ଡବ୍ଲ୍ୟୁପିସି ନିକଟରେ ମାଟି ଫିଲିଂ ନାଁରେ ୨୦୨୨ ଅକ୍ଟୋବରରୁ ନଭେମ୍ବର ୧୪ ମଧ୍ୟରେ ୧୬୩୭ ଶ୍ରମିକଙ୍କ ନାଁରେ ୩ ଲକ୍ଷ ୬୪ ହଜାର ୪୧୪ ଟଙ୍କା ବିଲ କରି ଉଠାଇ ନିଆଯାଇଛି।
୬ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପ ରାସ୍ତାର ଦୁଇପାର୍ଶ୍ୱରେ ମାଟି ଫିଲିଂ କାମ ବୋଲି ଦର୍ଶାଯାଇଥିବା ବେଳେ ଅନ୍ୟଟି ଏସ୍‌ଡବ୍ଲ୍ୟୁପିସି ନିକଟରେ ମାଟି ଫିଲିଂ ବୋଲି ଦର୍ଶାଇ ବିଲ କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୬ଟି କାମରେ ଶ୍ରମିକଙ୍କ ନାଁରେ ୯ ଲକ୍ଷ ୮୬ ହଜାର ୧୭୨ ଟଙ୍କା ଉଠାଇ ନିଆଯାଇଛି ବୋଲି କୋଲଇିପୁର ସରପଞ୍ଚ ଦିଲୀପ କୁମାର ରାଉତ ଅଭିଯୋଗ କରିଛନ୍ତି। ଦିଲୀପଙ୍କ ଅଭିଯୋଗ ମୁତାବକ, ଯେଉଁ ୬ଟି କାମ ନାଁରେ ମାଟି ଫିଲିଂ ଦର୍ଶାଇ ୧୦ ଲକ୍ଷ ଉଠାଇ ନିଆଯାଇଛି, କୌଣସି ଗୋଟିଏ ବି ସ୍ଥାନରେ ଝୁଡିଏ ବି ମାଟି ପଡିନି କି କୋଦାଳ ଦାଗ ବସିନାହିଁ। ମୋତେ ଓ ପଞ୍ଚାୟତର ନିର୍ବାଚିତ ସମିତିସଭ୍ୟ, ୱାର୍ଡସଭ୍ୟମାନଙ୍କୁ ଅନ୍ଧାରରେ ରଖି ବ୍ଲକରେ ଫାଇଲ ଖୋଲି କାଗଜକଲମରେ କାମ ହୋଇଥିବା ଦର୍ଶାଇ ବିଡିଓଙ୍କ ଡଙ୍ଗଲରେ ସରକାରୀ ଅର୍ଥ ଲୁଟି ନିଆଯାଇଛି ବୋଲି ସେ କହିଛନ୍ତି। ସବୁଠୁ ବଡ଼କଥା ହେଲା ଯେଉଁ ୬ଟି ପ୍ରକଳ୍ପ ନାଁରେ ଏହି ଅର୍ଥ ଲୁଟ ହୋଇଛି, ସେ ପ୍ରକଳ୍ପ କୌଣସି ଜରୁରୀ କାମର ଆବଶ୍ୟକତାକୁ ସୂଚାଉ ନାହିଁ। ପ୍ରକଳ୍ପ ସବୁ ଜରୁରୀ ନ ଥିବା ବେଳେ ପଞ୍ଚାୟତ ପରିବର୍ତ୍ତେ କାହିଁକି ବ୍ଲକରେ ଫାଇଲ ଖୋଲାଗଲା ଓ ପ୍ରଶାସନିକ ଅଧିକାରୀ କିପରି ମଞ୍ଜୁରୀ ଦେଲେ, ଜିଆରଏସ୍‌, ଏପିଓ, କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ କାହାକୁ ଦେଖି ବିଲ୍‌ କଲେ ଓ ଟଙ୍କା ଉଠାଇଲେ, ତାହା ଏବେ ଆଲୋଡନ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଡିଓ ନିଶାନ ମିଶ୍ରଙ୍କୁ ପଚାରିବାରେ ଏବେ ନୂଆ କରି ଆସିଛି, କ’ଣ ହୋଇଛି ଦେଖିବି ପରେ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚୋରି ଅଭିଯୋଗରେ ୪ ଗିରଫ କରି କୋର୍ଟ ଚାଲାଣ କଲା ବିଜେପୁର ପୋଲିସ

ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...

ଭଞ୍ଜନଗର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image