ନୋବେଲ ଫାଉଣ୍ଡେଶନର ୟୁ-ଟର୍ନ: ରୁଷିଆ-ବେଲାରୁଷ -ଇରାନକୁ ଦିଆଯାଇଥିବା ଆମନ୍ତ୍ରଣ ପ୍ରତ୍ୟାହାର କଲା…

ଷ୍ଟକହୋମ,୩।୯: ନୋବେଲ ଫାଉଣ୍ଡେଶନ ରୁଷିଆ, ବେଲାରୁଷ ଏବଂ ଇରାନର ପ୍ରତିନିଧୀଙ୍କୁ ଚଳିତ ବର୍ଷର ନୋବେଲ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ପ୍ରଦାନ କରିଥିବା ଆମନ୍ତ୍ରଣ ପ୍ରତ୍ୟାହାର କରିନେଇଛି। ଫାଉଣ୍ଡେଶନ କହିଛି ସ୍ବିଡେନରେ ହୋଇଥିବା ବିରୋଧ ଏବଂ ପ୍ରତିକ୍ରିୟା ଯୋଗୁଁ ପୁରସ୍କାର ବିତରଣ ଉତ୍ସବରେ ି ଦେଶର କୂଟନୀତିଜ୍ଞଙ୍କ ନିକଟକୁ ପଠାଯାଇଥିବା ଆମନ୍ତ୍ରଣ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

ବାସ୍ତବରେ ରୁଷିଆ, ବେଲାରୁଷ ଏବଂ ଇରାନକୁ ନିମନ୍ତ୍ରଣ କରାଯିବା ପରେ ଅନେକ ସ୍ବିଡେନ ସାଂସଦ ଚଳିତ ବର୍ଷର ନୋବେଲ ପୁରସ୍କାର ସମାରୋହ ନେଇ ହୋଇଥିବା ବୈଠକ ଏହା ଘୋଷଣା କରିଥିଲେ। ସ୍ବିଡେନର ପ୍ରଧାନମନ୍ତ୍ରୀ ଉଲଫ କ୍ରିଷ୍ଟରସନ କହିଥିଲେ ଯଦି ମତେ ବିକଳ୍ପ ଦିଆଯାଏ ତେବେ ମୁଁ ରୁଷିଆର ପ୍ରତିନିଧୀଙ୍କୁ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ଦେବି ନାହିଁ।

ରୁଷିଆର ୟୁକ୍ରେନ ଉପରେ ବାଧ୍ୟତାମୂଳକ ଯୁଦ୍ଧ ଏବଂ ହିଜାବ ବିରୋଧୀ ମହିଳା ପ୍ରଦର୍ଶନକାରୀ ତଥା ମାନବିକ ଅଧିକାର ଉପରେ ଇରାନର ଦମନ ସତ୍ତେ ଏହି ଦେଶଗୁଡ଼ିକୁ ନିମନ୍ତ୍ରଣ କରାଯାଇଛି ବୋଲି ସାଂସଦମାନେ କହିଥିଲେ।
ବେଲାରୁଷ ରୁଷିଆର ଏକ ପ୍ରମୁଖ ସହଯୋଗୀ ଏବଂ ଏହାର ନେତା ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ରୁଷିଆର ୟୁକ୍ରେନ ଉପରେ ଆକ୍ରମଣକୁ ସମର୍ଥନ କରିଛନ୍ତି। ଏସବୁ ଦେଶ ଯେଉଁମାନେ କୌଣସି ପ୍ରକାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମର୍ଥନ କରନ୍ତି ନାହିଁ। ଗତ ବର୍ଷ ମଧ୍ୟ ରୁଷିଆ ଏବଂ ଇରାନର କୂଟନୀତିଜ୍ଞମାନଙ୍କୁ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇ ନ ଥିଲା।

ଉଲ୍ଲେଖଯୋଗ୍ୟ, ୬ଟି ନୋବେଲ ସମାରୋହ ମଧ୍ୟରୁ ପାଞ୍ଚଟି ପ୍ରତିବର୍ଷ ୧୦ ଡିସେମ୍ବରରେ ଷ୍ଟକହୋମରେ ଅନୁଷ୍ଠିତ ହେଉଥିବାବେଳେ ଓସଲୋରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ।

Share