ଢାକା,୮ା୮: ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ପାର୍ଲାମେଣ୍ଟକୁ ଭଙ୍ଗକରି ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍ଙ୍କୁ ଅନ୍ତରୀରଣ ସରକାରରେ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ୮୪ ବର୍ଷୀୟ ୟୁନୁସ୍ ଷ୍ଟୁଡେଣ୍ଟ୍ସ ଏଗେନ୍ଷ୍ଟ ଡିସ୍କ୍ରିମିନେଶନ୍ ଆନ୍ଦୋଳନର ନେତୃତ୍ୱ ନେଇଥିବା ‘ସାହସୀ ଛାତ୍ରୀଛାତ୍ର’ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୟୁନୁସ୍ କହିଛନ୍ତି, ଆମ ନୂଆ ବିଜୟର ଉପଯୁକ୍ତ ବିନିଯୋଗ କରିବା। ନିଜ ଭୁଲ୍ ଯୋଗୁ ପଥଚ୍ୟୁତ ହେବାନାହିଁ ବୋଲି ବର୍ଷୀୟାନ୍ ଅର୍ଥନୀତିଜ୍ଞ ୟୁନୁସ କହିଛନ୍ତି। ସେ ପ୍ୟାରିସ୍ରୁ ଗୁରୁବାର ବାଂଲାଦେଶକୁ ଫେରିବା ପରେ ଦାୟିତ୍ୱ ଗ୍ରହଣ କରିବେ। ସେନାମୁଖ୍ୟ ଜେନେରାଲ ଓ୍ବାକର-ଉଜ୍-ଜମାନ୍ କହିଛନ୍ତି, ଅନ୍ତରୀଣ ସରକାର ଗୁରୁବାର ସକାଳ ୮ଟାରେ ଶପଥ ନେବ। ପରାମର୍ଶଦାତା ପରିଷଦରେ ୧୫ ସଦସ୍ୟ ରହିବେ। ୟୁନୁସ୍ଙ୍କୁ ସଶସ୍ତ୍ର ବଳ ସବୁ ପ୍ରକାର ସମର୍ଥନ ଦେବ।