ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ନୋବେଲ ବିଜେତା: କହିଲେ, ଦୁନିଆ ନେତା ତାଙ୍କଠାରୁ କିଛି ଶିଖନ୍ତୁ

ଭିଏନା,୧୧।୭: ନୋବେଲ ବିଜେତା ଅଷ୍ଟ୍ରିଆର ପଦାର୍ଥ ବିଜ୍ଞାନୀ ପେଣ୍ଟେନ ଜେଲିଙ୍ଗର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟନ୍ତ ଆଧ୍ୟାତ୍ମିକ ଏବଂ ବିଶ୍ୱର ଅନେକ ନେତା ତାଙ୍କର ଏହି ଚରିତ୍ରକୁ ଗ୍ରହଣ କରିବା ଉଚିତ। ଅଷ୍ଟ୍ରିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଣ୍ଟୋନ ଜିଲିଗରଙ୍କୁ ଭେଟି କ୍ୱାଣ୍ଟମ ଟେକ୍ନୋଲୋଜି ତଥା ଆଧ୍ୟାତ୍ମିକତା ଉପରେ ଆଲୋଚନା କରିଥିଲେ।
୨୦୨୨ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଜିତିଥିବା ବୈଜ୍ଞାନିକ କହିଛନ୍ତି, ଯେତେବେଳେ ଆପଣ ଦକ୍ଷ ଯୁବକମାନଙ୍କୁ ନିଜ ଧାରଣା ଉପରେ ଆଧାର କରି ଅନୁସନ୍ଧାନ କରିବାକୁ ସମର୍ଥନ କରନ୍ତି, ସେତେବେଳେ ହିଁ ପ୍ରକୃତରେ ନୂତନ ଚିନ୍ତାଧାରା ଉତ୍ପନ୍ନ ହୁଏ। ଏହା ଏପରି କିଛି ଯାହା ପ୍ରତ୍ୟେକ ଦେଶରେ, ନିଶ୍ଚିତ ଭାବରେ ଭାରତରେ ମଧ୍ୟ ହୋଇପାରେ, କାରଣ ଭାରତର ଆଧ୍ୟାତ୍ମିକ ଏବଂ ବୈଷୟିକ ଅତୀତ ଅତ୍ୟନ୍ତ ବ୍ୟାପକ ଏବଂ ସମୃଦ୍ଧ।
ପ୍ରଧାନମନ୍ତ୍ରୀ ମୋଦି ଏବଂ ନୋବେଲ ବିଜେତା ବୈଜ୍ଞାନିକଙ୍କ ମଧ୍ୟରେ ହୋଇଥିବା ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛି, ସେ ଅଷ୍ଟ୍ରୀୟାର ଚାରିଜଣ ବିଶିଷ୍ଟ ଇଣ୍ଡୋଲୋଜିଷ୍ଟ ଏବଂ ଭାରତୀୟ ଇତିହାସର ପଣ୍ଡିତଙ୍କୁ ଭେଟିଛନ୍ତି। ଏହି ନେତାମାନଙ୍କୁ ଭେଟିବା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରିଆର କୁଳପତି କାର୍ଲ ନେହାର୍ମଙ୍କ ସହ ତାଙ୍କର ସରକାରୀ ବୈଠକ ପୂର୍ବରୁ କହିଛନ୍ତି, ଭାରତ-ଅଷ୍ଟ୍ରିଆର ବନ୍ଧୁତା ମଜଭୁତ ଏବଂ ଭବିଷ୍ୟତରେ ଆହୁରି ଦୃଢ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ପୋଲିଓ ଟିକାକରଣ ବନ୍ଦ କଲା ତାଲିବାନ୍‌

ଦୁବାଇ,୧୬ା୯: ଆଫଗାନିସ୍ତାନରେ ଚାଲିଥିବା ପୋଲିଓ ଟିକାକରଣ ଅଭିଯାନକୁ ଶାସକ ତାଲିବାନ ବନ୍ଦ କରିଦେଇଥିବା ଜାତିସଂଘ ସୋମବାର କହିଛି। ସାରା ବିଶ୍ୱରେ ପୋଲିଓ ସଂକ୍ରମଣ ବନ୍ଦ ହୋଇଥିବାବେଳେ...

ବୁଡିବ ଚାଇନା, ତାଣ୍ଡବ ରଚୁଛି ବେବିଙ୍କା

ବେଜିଂ,୧୬।୯: ଘୁର୍ଣ୍ଣିଝଡ଼ ବେବିଙ୍କା ସୋମବାର ସାଂଘାଇରେ ଳ୍ୟାଣ୍ଡଫଲ କରିଛି। ସାଂଘାଇ ସେଣ୍ଟ୍ରାଲ ମେଟେରୋଲୋଜିକାଲ ଅବଜରଭେଟୋରୀ ଅନୁଯାୟୀ ସ୍ଥାନୀୟ ସମୟ ପ୍ରାୟ ୭ଟା ୩୦ ସମୟରେ ଏହି...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ପାକିସ୍ତାନ ସହ ଆଣବିକ ଚୁକ୍ତି ସ୍ବାକ୍ଷର କରିବ ବାଂଲାଦେଶ, ଭାରତର ପ୍ରତିଶୋଧ ନେବାକୁ…

ଢାକା,୧୬ା୯: ଶେଖ୍‌ ହାସିନାଙ୍କ ପତ୍ତନ ପରେ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଢାକା ବିଶ୍ୱବିଦ୍ୟାଳୟର ପ୍ରଫେସର ବର୍ତ୍ତମାନ ଏପରି ବିବୃତ୍ତି ଦେଇଛନ୍ତି, ଯାହା...

ଟ୍ରମ୍ପଙ୍କୁ ଗୁଳି କରିଥିବା ବ୍ୟକ୍ତିଙ୍କ ଇଚ୍ଛା ଜାଣିଲେ ହେବେ ଚକିତ, ରୁଷିଆ ବିରୋଧରେ ଯୁଦ୍ଧ ଲଢିବାକୁ ଚାହୁଁଥିଲେ…

ଓ୍ବାଶିଂଟନ,୧୬।୯: ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ଗଲ୍ଫ କ୍ଲବ ବାହାରେ ଦୁଇ ଜଣ ବ୍ୟକ୍ତି ପରସ୍ପର ଉପରକୁ ଗୁଳି...

କାନାଡାରେ ଭୟଙ୍କର ଭୂମିକମ୍ପ: ଲୋକେ ଭୟଭୀତ

ଓଟଓ୍ବା,୧୬।୯: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଉତ୍ତର ଉପକୂଳରେ ଦୁଇଥର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ମାପ କରାଯାଇଛି।...

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ଏଲନ ମସ୍କଙ୍କ ବିବାଦୀୟ ବୟାନ, କହିଲେ କମଲା-ବାଇଡେନଙ୍କୁ ତ କେହି…

ଓ୍ବାଶିଂଟନ,୧୬ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦ୍ୱିତୀୟଥର ଗୁଳିମାଡ଼ ହୋଇ ହତ୍ୟା ଉଦ୍ୟମ କରାଯାଇଛି। ଏହା ପରେ ବିଶ୍ୱର ପ୍ରତିଷ୍ଠିତ ଶିଳ୍ପପତି ଏଲନ୍‌...

ମଣିଷ ଉପରେ ମହାକାଶ ଯାତ୍ରାର ପ୍ରଭାବ ଗବେଷଣା ସମୃଦ୍ଧ ହେବ

ଓ୍ବାଶିଂଟନ, ୧୬।୯: ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍‌ଏକ୍ସ’ର ‘ପୋଲାରିସ୍‌ ଡନ୍‌’ ମିଶନ ସଫଳତାର ସହ ସମାପ୍ତ ହୋଇଛି। ଫ୍ଲୋରିଡାର ଡ୍ରାଏ ଟର୍ଟୁଗାସ ଦ୍ୱୀପ ଉପକୂଳରେ ୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri