ଶତ୍ରୁ ସହ ଲଢେଇ ପାଇଁ ଯୁଦ୍ଧକ୍ଷେତ୍ରରେ ଇଥିଓପିଆ ପ୍ରଧାନମନ୍ତ୍ରୀ

ନାଇରୋବି,୨୫।୧୧: ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଯୁଦ୍ଧକ୍ଷେତ୍ରକୁ ଯାଇ ଶତ୍ରୁ ସହ ଲଢେଇ କରିଛନ୍ତି। ଏକ ବର୍ଷର ଚାଲିଥିବା ଯୁଦ୍ଧରେ ଶତ୍ରୁମାନେ ରାଜଧାନୀ ମୁହାଁ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନିଜେ ଲଢିବା ଯୁଦ୍ଧ କ୍ଷେତ୍ରକୁ ଯାଇଛନ୍ତି।
ତେବେ ୪୫ ବର୍ଷ ବୟସ୍କା ପୂର୍ବତନ ସୈନିକ ଆବି ଅହମ୍ମଦଙ୍କ କୌଣସି ଫଟୋ ସାମ୍ନାକୁ ଆସି ନାହିଁ। ଆବି ଯୁଦ୍ଧକ୍ଷେତ୍ରକୁ କେଉଁଠାରୁ ନିର୍ଦ୍ଦେଶ ଦେଉଥିଲେ ତାହା ତାଙ୍କ ମୁଖପାତ୍ର ବିଲିନ ସିୟୁମ କହିବାକୁ ମନା କରିଦେଇଥିଲେ। ଗତ ବର୍ଷ ନଭେମ୍ବର ଠାରୁ ପ୍ରଧାନମନ୍ତ୍ରୀ ଟିଗ୍ରେ ପିପୁଲ୍ସ ଲିବରେସନ ଫ୍ରଣ୍ଟ (ଟିପିଏଲଏଫ) ବିରୁଦ୍ଧରେ ସାମରିକ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏଥିରେ ଦଶହଜାର ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଶହ ଶହ ହଜାର ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଛନ୍ତି ବୋଲି ଆକଳନ କରାଯାଇଛି। ଗତ ଦୁଇ ବର୍ଷ ପୂର୍ବେ ଆବି ଅହମ୍ମଦ ନୋବେଲ ପୁରସ୍କାର ପାଇଥିଲେ। ସେ ଯୁଦ୍ଧକ୍ଷେତ୍ରରେ ହଠାତ୍‌ ପହଞ୍ଚିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ପ୍ରଧାନମନ୍ତ୍ରୀ ଏହି ସପ୍ତାହ ପୂର୍ବରୁ ଯୁଦ୍ଧକ୍ଷେତ୍ରକୁ ଯିବେ ବୋଲି ଘୋଷଣା କରିଥିଲେ। ଏହାପୂର୍ବରୁ ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଅହମ୍ମଦଙ୍କ ଅନୁପସ୍ଥିତିରେ ଉପ-ପ୍ରଧାନମନ୍ତ୍ରୀ ଡେମେକେ ମେକୋନେନ ଦୈନନ୍ଦିନ ସରକାରୀ ବ୍ୟବସାୟର ତଦାରଖ କରୁଛନ୍ତି।

Share