ୟୁକ୍ରେନ ଶରଣାର୍ଥୀଙ୍କ ପାଇଁ ମେଡାଲ ବିକ୍ରି କରିବେ ରୁଷିଆ ନୋବେଲ ଶାନ୍ତି ପୁରଷ୍କାର ବିଜେତା

ମସ୍କୋ,୨୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୨୭ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଏହି ପଦକ୍ଷେପକୁ ନେଇ ଅନେକ ପାଶ୍ଚାତ୍ୟ ଦେଶ ସହ ନିଜ ଦେଶର ଲୋକମାନେ ମଧ୍ୟ ତାଙ୍କୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ଗତ ବର୍ଷର ନୋବେଲ ଶାନ୍ତି ପୁରସ୍କାରର ସହ-ବିଜେତା ତଥା ରୁଷିଆ ସାମ୍ବାଦିକ ଡ୍ରିମିଟୀ ମୁରାଟୋଭ ନିଜ ମେଡାଲ ବିକ୍ରି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ୟୁକ୍ରେନ ଶରଣାର୍ଥୀଙ୍କ ପାଇଁ ଟଙ୍କା ଯୋଗାଡ କରିବା ଲାଗି ସେ ନିଜର ନୋବେଲ ପଦକ ବିକ୍ରି କରିବେ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ସୂଚନା ମୁତାବକ, ଡ୍ରିମିଟୀ ଦ ନୋଭାୟା ଗେଜେଟା ଖବରକାଗଜରେ ମୁଖ୍ୟ ସମ୍ପାଦକ ଅଛନ୍ତି।

Share