Categories: ଫୁରସତ

ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲା

ପ୍ରତିବର୍ଷ ଜୁଲାଇ ୧୨ରେ, ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ମାଲାଲା ୟୁସୁଫଜାଇଙ୍କ ସମ୍ମାନାର୍ଥେ ବିଶ୍ୱ ମାଲାଲା ଦିବସ ପାଳନ କରାଯାଇଥାଏ। ଏହି ତାରିଖ ମଧ୍ୟ ତାଙ୍କର ଜନ୍ମଦିନରେ ପଡେ। ତାଙ୍କ ଭଳି ଜଣେ ଅସାଧାରଣ ଝିଅଙ୍କୁ ସମ୍ମାନ ଦେବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ସେ ଶିଶୁ ଏବଂ ମହିଳାଙ୍କ ଅଧିକାର ପାଇଁ ଲଢ଼଼ିଥିଲେ। ମିଳିତ ଜାତିସଂଘ ଜୁଲାଇ ୧୨କୁ ପାକିସ୍ତାନୀ କାର୍ଯ୍ୟକର୍ତ୍ତା ମଲାଲା ୟୁସୁଫଜାଇଙ୍କୁ ସମ୍ମାନିତ କରିବା ପାଇଁ ବିଶ୍ୱ ମାଲାଲା ଦିବସ ଭାବେ ଘୋଷଣା କରିଥିଲା, ଯିଏ ବାଳିକା ଶିକ୍ଷା ସଂଗ୍ରାମର ଅନ୍ତର୍ଜାତୀୟ ପ୍ରତୀକ ପାଲଟିଥିଲେ। ମାଲାଲା ୟୁସୁଫଜାଇ ଜିଆଉଦ୍ଦିନ ୟୁସୁଫଜାଇ ଏବଂ ତୁର ପେକାଇ ୟୋସେଫଜାଇଙ୍କ ସନ୍ତାନ ଭାବେ ୧୨ ଜୁଲାଇ ୧୯୯୭ରେ ପାକିସ୍ତାନର ମିଙ୍ଗୋରାଠାରେ ଜନ୍ମଗ୍ରହଣ କରିଥିଲେ; ଯାହା ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାସ୍ତୁନଖ୍ବା ପ୍ରଦେଶର ସ୍ବାତ ଜିଲାରେ ରହିଛି। ତାଙ୍କ ପିତା ଜଣେ ଉତ୍ସାହୀ ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଶିକ୍ଷକ ଥିଲେ। ସେ ନିଜର ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ତେବେ, ଯେତେବେଳେ ତାଲିବାନ ସହରକୁ ନିୟନ୍ତ୍ରଣ କରିଥିଲେ, ସେତେବେଳେ ବାଳିକାମାନଙ୍କୁ ଶିକ୍ଷା ଉପରେ ବାରଣ କରାଯାଇଥିଲା। ୨୦୦୯ରେ, ମାଲାଲା ନିଜ ସହରରେ ବଢୁଥିବା ସାମରିକ କାର୍ଯ୍ୟକଳାପ ବିଷୟରେ କଥାବାର୍ତ୍ତା କରି ବିସିସିଆଇ ପାଇଁ ଏକ ବ୍ଲଗ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ପରିଚୟ ପ୍ରକାଶ ପାଇବା ପରେ ମଧ୍ୟ ମାଲାଲା ଏବଂ ତାଙ୍କ ପିତା ଶିକ୍ଷାର ଅଧିକାର ବିଷୟରେ ସର୍ବସାଧାରଣରେ କହିବା ଜାରି ରଖିଥିଲେ। ୯ ଅକ୍ଟୋବର ୨୦୧୨ରେ, ମାଲାଲା ସ୍କୁଲରୁ ଘରକୁ ଫେରୁଥିବାବେଳେ ତାଲିବାନ ବନ୍ଧୁକଧାରୀ ତାଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ ଓ ବେକରେ ଗୁଳି ଚଳାଇଥିଲା। ସେ ପାକିସ୍ତାନରେ ପ୍ରାରମ୍ଭିକ ଚିକିତ୍ସା ଗ୍ରହଣ କରିଥିଲେ, କିନ୍ତୁ ପରେ ସୁସ୍ଥ ହେବା ପାଇଁ ତାଙ୍କୁ ଇଂଲଣ୍ଡକୁ ପଠାଯାଇଥିଲା।
ଏହି ଦିବସ ଅବସରରେ ବିଶ୍ୱ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱର ପିଲାମାନଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ନିଶ୍ଚିତ କରିବାକୁ ବିଶ୍ୱ ନେତାମାନେ ଆହ୍ବାନ କରିଥାନ୍ତି।
ବର୍ତ୍ତମାନ ସାରା ବିଶ୍ୱରେ ମହିଳାଙ୍କ ଶିକ୍ଷା ଅଧିକାର ପାଇଁ ଜଣେ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରିଥାନ୍ତି। ସେ ତାଙ୍କ ପିତାଙ୍କ ସହ ବାଳିକା ଶିକ୍ଷାର ପ୍ରଭାବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୩ରେ ମାଲାଲା ପାଣ୍ଠି ଆରମ୍ଭ କରିଥିଲେ। ୨୦୧୪ ରେ, ମଲାଲାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇବାରେ ସର୍ବକନିଷ୍ଠ ବ୍ୟକ୍ତି ହୋଇଥିଲେ। ମାଲାଲାଙ୍କ ଉପରେ ଆକ୍ରମଣ ପରେ ପାକିସ୍ତାନ ପ୍ରଥମ ଶିକ୍ଷା ଅଧିକାର ବିଲ୍‌ ପାସ୍‌ କରିଥିଲା।

Share